ବରପାଲି-ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଅଛି।ଜାତୀୟ ସେବା ସଂସ୍ଥା ସହକର୍ମୀ ନେପାଲ ବିଶ୍ୱାଲ ଅତିଥି ସ୍ବାଗତ କରିଥିବା ଵେଲେ ରେଡକ୍ରସ ସହଯୋଗୀ କାଉନସିଲର ଅଧ୍ୟାପିକା ନିଳୀମା ନାୟକଙ୍କ ପରିଚାଳନା କରିଥିଲେ।ସଭାରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ବରଗଡର ଆଡିସନାଲ RTO ଅଶୋକ କୁମାର ପାଣଗ୍ରାହୀ ଯୋଗ ଦେବା ସହ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇଥିଲେ।

ଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା ଓ ପ୍ରାଥମିକ ସହାୟତା ଉପରେ ରକ୍ଷକ ଟ୍ରେନର ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ତାଲିମ୍ ପ୍ରଦାନ କରିଥିଲେ। ଅଧ୍ୟାପିକା ପିଙ୍କି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଛାତ୍ରୀ ମାନେ ରାଜରାସ୍ତାକୁ ଆସି ଜନସାଧାରଣଙ୍କୁ ଲିପଲେଟ ମାଧ୍ୟମରେ ସଚେତନ ବାର୍ତ୍ତା ପ୍ରେରିତ କରିଥିଲେ। ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହକର୍ମୀ ଓ ଲିଟଲି ଏଞ୍ଜଲ ସ୍କୁଲର ମାର୍ଗ ଦର୍ଶକ ଶିକ୍ଷକ ସମେତ ଦଶ ଜଣ ସ୍କାଉଟ ଛାତ୍ର ଛାତ୍ରୀ ଏଥିରେ ସାମିଲ ହୋଇଥିଲେ।

