Wednesday, April 16, 2025
spot_imgspot_imgspot_img
Homeଖେଳଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ବାର୍ଷିକ କ୍ରୀଡା ଅନୁଷ୍ଠିତ।

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ବାର୍ଷିକ କ୍ରୀଡା ଅନୁଷ୍ଠିତ।

ବରପାଲି – ବରପାଲିଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ତ୍ରିଦିବସିୟ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ଯକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ତ୍ରିଦିବସିୟ ଉତ୍ସବ ଅଧ୍ୟାପିକା ପୁନମ ସାହୁଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ନୌସେନା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା, ସମ୍ପୂର୍ଣ୍ଣ ଭୋଇ,ଅଧ୍ୟାପକ ସୁଧାଂଶୁ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ।

ଅତିଥି ମାନେ କ୍ରୀଡା ଦ୍ଵାରା ଛାତ୍ରୀ ମାନଙ୍କର ଶାରୀରିକ ଅଭିବୃଦ୍ଧି ସହ ବୌଦ୍ଧିକ ଜ୍ଞାନର ବିକାଶ ଧାରାରେ ସହାୟକ ହୋଇଥାଏ ବୋଲି ମତ ଦେଇଥିଲେ।କ୍ରୀଡା ବିଭାଗ ଅଧ୍ୟାପକ ଲୋକନାଥ ମେହେର ଛାତ୍ରୀ ମାନଙ୍କୁ ପ୍ରଥମ ଦିନରେ ୧୦୦ ମିଟର, ୮୦୦ ମିଟର,ଲଙ୍ଗ ଜମ୍ପ , ହାଇ ଜମ୍ପ୍, ସଟଫୁଟ, ସ୍ପୋନ ବେଲେନ୍ସ ଆଦି କ୍ରୀଡା ପ୍ରତିଯୋଗୀତା କରାଇଥିଲେ।

ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ନିଳୀମା ନାୟକ,ପିଙ୍କି ବାରିକ,ଜ୍ୟୋତି ସାହୁ, ପରିଣୀତା ପଧାନ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ,ନେପାଲ ବିଶ୍ୱାଲ,ସାର୍ଥକ ପାଣିଗ୍ରାହୀ, ଶଶାଙ୍କ ଶେଖର ପଧାନ,ସହକର୍ମୀ ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା,ତ୍ରିପୁରା ବେହେରା ସାମିଲ ହୋଇଥିଲେ।ପରିଶେଷରେ ଶୋଭାବତୀ ଥପା ଧନ୍ଯବାଦ ଅର୍ପଣ କରିଥିଲେ ।

error: Content is protected !!