ବରପାଲି-ବରପାଲି ଜଗନ୍ନାଥ ନଗର ଦୁର୍ଗା ମଣ୍ଡପ ପରିସରରେ ପୂଜାକମିଟି ପକ୍ଷରୁ ବିଧାୟକ ସନତ ଗଡତିୟାଙ୍କ ଉଦେଶ୍ଯରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଯାଇଛି l ଏହି ଅବସରରେ କାର୍ଯ୍ଯକର୍ତ୍ତା ମାନେ ସ୍ଥାନିୟ ରେଲୱେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ତ୍ଵରାନିତ,ଦୁର୍ଗା ମଣ୍ଡପ ପୂର୍ଣ୍ଣାଙ୍ଗ କାର୍ଯ୍ଯକ୍ରମ,ଆଗାମି ୨୦୨୫ରେ ଦୁର୍ଗା ପୂଜା ମହୋତ୍ସବ ସ୍ଵର୍ଣ୍ଣ ଜୟନ୍ତୀ ୫୦ବର୍ଷ ପାଳନ ଅବସରରେ ପରିଚାଳନା ସହଯୋଗକୁ ନେଇ ଆଲୋଚନା ହୋଇଥିଲା।
ଦୁର୍ଗା ପୂଜା କମିଟି କାର୍ଯ୍ୟକର୍ତ୍ତା ଓ ସଭ୍ଯ ମାନଙ୍କ ଉପସ୍ଥିତିରେ ଆୟୋଜିତ ସଭାକୁ କମିଟି ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ସଭାପତିତ୍ଵରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ସାଧାରଣ ସମ୍ପାଦକ ଯଦୁମଣି ତ୍ରିପାଠୀ ସ୍ବାଗତ ସହ ପରିଚୟ ପ୍ରଦାନ କରିଥିଲେ। ନିମନ୍ର୍ତିତ ଅତିଥି ମାନ୍ଯବର ବିଧାୟକ ସନତ ଗଡତିୟାଙ୍କୁ କମିଟି ସଦସ୍ଯଙ୍କ ଉପସ୍ଥିତିରେ ଉତ୍ତରିୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ମାଧ୍ଯମରେ ଭବ୍ଯ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଉପସଭାପତି କୈଳାଶ ଗହୀର, ଭୈରବ ମେହେର, ସହ ସମ୍ପାଦକ ସନ୍ତୋଷ ଗୁପ୍ତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଜଗନ୍ନାଥ ନଗର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କଲାପରେ ବିଧାୟକ ଗଡତିୟା ପୂର୍ଣ୍ଣାଙ୍ଗ ରୂପ ଦେବାକୁ ନିଶ୍ଚିତ ଚେଷ୍ଠା କରିବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ।
ସଭାରେ ସଞ୍ଜୟ ଅଗ୍ରୱାଲ, ଜିତେନ୍ଦ୍ର ଅଗ୍ରୱାଲ, ନରେନ୍ଦ୍ର ଅଗ୍ରୱାଲ, ଅବଧୂତ ଖମାରି, ରାଜୁ ଗୁପ୍ତା, ମୁକେଶ ବେହେରା, ଅଜିତ ପଧାନ, ସୁରେନ୍ଦ୍ର ପଣ୍ଡା, ଶିବ ମେହେର, କମଲ ଅଗ୍ରୱାଲ, ସୁଶାନ୍ତ ଗହୀର,ସୁଶୀଲ ବେହେରା ଚୀନ ପ୍ରଧାନ, ରାଜା ସାହୁ ଗୋଲୁ ବେହେରା ପ୍ରମୁଖଙ୍କ ସହିତ ଶତାଧିକ ବ୍ୟକ୍ତି ଉପସ୍ଥିତ ରହିଥିଲେ l