Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜଗନ୍ନାଥ ନଗର ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ।

ଜଗନ୍ନାଥ ନଗର ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ।

ବରପାଲି-ବରପାଲି ଜଗନ୍ନାଥ ନଗର ୪୯ ତମ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ବିଗତ ବର୍ଷ ସଭାପତି ରୋହିତ ବଢଲଙ୍କ ସଭାପତିତ୍ୱରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ଚଳିତ ବର୍ଷ ୪୯ ତମ ଦୁର୍ଗାପୂଜା ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିବା ବେଳେ ଆସନ୍ତା ବର୍ଷ ୫୦ତମ ପୂଜା ଫୂର୍ତ୍ତି ଅବସରରେ ସୂବର୍ଣ୍ଣ ଜୟନ୍ତୀ ପରିଚାଳନା ସମ୍ପର୍କରେ ଆଲୋଚନା ହୋଇଥିଲା। ପରେ ସର୍ବ ସମ୍ମତି କ୍ରମେ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କୁ ସଭାପତି ଭାବେ ମନୋନିତ କରାଯାଇଥିବା ବେଳେ ରୋହିତ ବଢଲ କାର୍ଯ୍ୟକାରୀ ସଭାପତି ଭାବରେ ରଖାଯାଇଥିଲା।

କୈଳାଶ ଗହୀର ଓ ଭୈରବ ମେହେର ଉପସଭାପତି ରହିଥିବା ବେଳେ ଯଦୁମଣି ତ୍ରିପାଠୀ ସାଧାରଣ ସମ୍ପାଦକ ଭାବେ ଚୟନ କରାଯାଇଥିଲା। ସନ୍ତୋଷ ଗୁପ୍ତା, ସୁଜିତ ଥଇତ ସହ ସମ୍ପାଦକ, ଜିତୁ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ ଓ ନେତ୍ରାମ ଅଗ୍ରୱାଲ କୋଷାଧକ୍ଷ ଭାର ଦିଆ ଯାଇଥିଲା। ସେହିପରି ୨୧ ଜଣ ସଦସ୍ଯଙ୍କୁ କାର୍ଯ୍ୟକାରୀ କମିଟି ଭାବରେ ମନୋନିତ ହୋଇଥିଲେ l ଚଳିତ ବର୍ଷର ପୂଜା କର୍ତ୍ତା ଭାବରେ ବିନୋଦ ଅଗ୍ରୱାଲ ମନୋନୀତ ହୋଇଥିଲେ l ଯଦୁମଣି ତ୍ରିପାଠୀ ସମଗ୍ର ସଭା ତଥା ମନୋନୟନ ପର୍ବ ପରିଚାଳନା କରିଥିଲେ l

error: Content is protected !!