Tuesday, May 13, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡାରେ ମେହେର ଜୟନ୍ତୀ ପାଳିତ।

ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡାରେ ମେହେର ଜୟନ୍ତୀ ପାଳିତ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଅନ୍ତର୍ଗତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡାଠାରେ ଆଜି ଶ୍ରାବଣ ପୂର୍ଣ୍ଣିମା ତିଥିରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜୟନ୍ତୀ ପ୍ରବଳ ଉତ୍ସାହ ଉଦ୍ଦିପନା ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶିଶିର କୁମାର ଭୋଇ ଏଥିରେ ସଭାପତିତ୍ବ କରିଥିବା ବେଳେ ରାଜ୍ଯପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଧର୍ମରାଜ ପ୍ରଧାନ ସଭାର ସଂଯୋଜନା କରିଥିଲେ। ମୁଖ୍ଯଅତିଥି ଭାବରେ ରାଜଗାଙ୍ଗପୁରର ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଡକ୍ଟର ସରୋଜିନୀ ସାହୁ, ମୁଖ୍ଯବକ୍ତା ଅଧ୍ୟାପକ ଶ୍ରୀଯୁକ୍ତ ବଳଦେବ ମହାକୁର, ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ମକରଧ୍ବଜ ଭୋଇ ଓ ସ୍ବନାମଧନ୍ଯ ସମାଜସେବୀ ଶ୍ରୀଯୁକ୍ତ ଜୟଦେବ ମେହେର ମଞ୍ଚାସୀନ ରହି କବି ଗଙ୍ଗାଧର ମେହେରଙ୍କ ବିଭିନ୍ନ କାବ୍ଯ କୃତି ଉପରେ ଆଲୋକପାତ କରିଥିଲେ।

ବିଗତ ବର୍ଷର ବିଭିନ୍ନ ବିଭାଗରେ କୃତି ଛାତ୍ର ଛାତ୍ରୀଙ୍କୁ ସ୍ବର୍ଗତ ବିପିନ ବିହାରୀ ମହାପାତ୍ର ମେମୋରିଆଲ ପୁରସ୍କାର, ସ୍ବର୍ଗତ ରାମଚନ୍ଦ୍ର ମହାପାତ୍ର ମେଧା ପୁରସ୍କାର, ଜୟ ଜଗନ୍ନାଥ ମେମୋରିଆଲ ପୁରସ୍କାର , ଶିଳ୍ପୀଗୁରୁ ହରିଲାଲ ମେହେରଙ୍କ ପ୍ରଦତ୍ତ ପୁରସ୍କାର, ଶିକ୍ଷାବିତ ବାଳଗୋବିନ୍ଦ ବାବୁଙ୍କ ପ୍ରଦତ୍ତ ପୁରସ୍କାର ଛାତ୍ର ଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା। ଛାତ୍ରୀମାନଙ୍କ ଦ୍ବାରା କବି ଗଙ୍ଗାଧର ମେହେରଙ୍କ ବିଭିନ୍ନ ଗୀତ ଗାନ କରାଯାଇଥିଲା। ଶିକ୍ଷୟିତ୍ରୀ ଶ୍ରୀମତୀ ରାଧା ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

error: Content is protected !!