Wednesday, May 21, 2025
spot_imgspot_imgspot_img
Homeଅଘଟଣଛୁରା ମାଡରେ ଯୁବକ ଗୁରୁତର ।

ଛୁରା ମାଡରେ ଯୁବକ ଗୁରୁତର ।

ପାଇକମାଲ-ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା କଲୋନୀପଡା ନିକଟରେ ଜନୈକ ଯୁବକକୁ ଛୁରା ମାଡ ହୋଇଥିବା ସୂଚନା ମିଲିଛି । ପାଇକମାଳ ସରକାରୀ ଚିକିତ୍ସାଳୟରେ ସନ୍ଧ୍ୟା ହେଲେ ନାହିଁ ଚିକିତ୍ସାର ସୁବିଧା ଅଧା ଘଣ୍ଟା ପାଇକମାଳ ଚିକିତ୍ସାଳୟରେ ପଡି ରହିବା ପରେ ଆମ୍ବୁଲାନ୍ସ ଡାକି ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟକୁ ପଠାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ପାଇକମାଲ କଲୋନୀପଡା ନିକଟରେ ମଙ୍ଗଳବାର ସଂନ୍ଧ୍ୟା ୭ଟା ୩୦ ମିନିଟ ସମୟରେ କୋକନରା ଗ୍ରାମର ୨୨ ବର୍ଷୀୟ ସୋନୁ ବାରିକୁ କିଛି ଦୃର୍ବୁତ୍ତ ଛୁରାରେ ମାଡ କରିଥିଲେ । ସେ ଗୁରୁତର ଅବସ୍ଥାରେ ପଡିଥିବା ଖବର ପାଇବା ପରେ ପରିବାର ଲୋକ ସଙ୍ଗେ ସଙ୍ଗେ ଘଟଣା ସ୍ଥଳେ ପହଞ୍ଚି ପାଇକମାଲ ସରକାରୀ ଚିକିତ୍ସାଳୟକୁ ଆଣିଥିଲେ । ପାଇକମାଲ ପୋଲିସ ଖବର ପାଇଁ ଘଟଣା ସ୍ଥଲରେ ପହଞ୍ଚି ତଦନ୍ତ କରୁଛନ୍ତି । ପାଇକମାଳ ଡାକ୍ତରଖାନା ସଏଚସି ମାନ୍ୟତା ପାଇଥିଲେ ମଧ୍ୟ ରାତ୍ରରେ ଏଠାରେ କୌଣସି ଡାକ୍ତର ରହନ୍ତି ନାହିଁ ।

error: Content is protected !!