ବରଗଡ-ବରଗଡ ଜିଲ୍ଲାରେ ଦିନକୁ ଦିନ ଅପରାଧିକ ମାମଲା ବଢିଚାଲିଛି । ବରଗଡ ଜିଲ୍ଲା ଭେଡେନ ଥାନା ସହରାଟିକ୍ରାରେ ଜଣେ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣକ ସହରାଟିକ୍ରା ଗାଁର ମଗନିଆ ସେଠ । ମଙ୍ଗଳବାର ସକାଳୁ ଶୋଇଥିବା ଅବସ୍ଥାରେ ମଗନିଆ ସେଠଙ୍କ ମୃତଦେହ ତାଙ୍କ ଘର ଛାତ ଉପରୁ ଉଦ୍ଧାର କରାଯାଇଛି । ମଗନିଆ ଘର ଛାତ ଉପରେ ଶୋଇଥିବା ବେଳେ କେହି ତାଙ୍କୁ ହତ୍ୟା କରିଥିବା କୁହାଯାଉଛି । ତାଙ୍କ ବେକରେ କଳାଦାଗ ସହ ଆଣ୍ଠୁରେ ଆଘାତ ଚିହ୍ନ ରହିଛି ।
ଏନେଇ ଭେଡେନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ ମଗନିଆ ସହରାଟିକ୍ରାରେ ସିମେଣ୍ଟ ଦୋକାନ ଦେଇଥିଲେ । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ କାହିଁକି ଓ କିଏ ଏ ହତ୍ୟାକାଣ୍ଡ ଘଟାଇଛି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାର୍ଯ୍ୟରେ ତଦନ୍ତ ଜାରି ରହିଛି । ଏପଟେ ମଗନିଆଙ୍କ ପୁଅକୁ ବାପାଙ୍କ ହତ୍ୟା ସନ୍ଧେହ ରେ ପୋଲିସ ପଚରାଉଚୁରା ଜାରି ରଖିଛି ।