Saturday, March 7, 2026
Homeରାଜ୍ୟଛାତ୍ରୀଙ୍କୁ ‘ଫିଡ୍’ର ଶିକ୍ଷା ସହାୟତା ।

ଛାତ୍ରୀଙ୍କୁ ‘ଫିଡ୍’ର ଶିକ୍ଷା ସହାୟତା ।

ବରଗଡ଼-ବରଗଡ଼ ଜିଲ୍ଲାର ଦାତବ୍ୟ ଅନୁଷ୍ଠାନ “ଫିଡ୍”(ଫାଉଣ୍ଡେସନ୍ ଫର୍ ଏଜୁକେସନାଲ୍ ଏଣ୍ଡ୍ ଇକୋନୋମିକ୍ ଡେଭେଳପମେଣ୍ଟ୍) ତରଫରୁ ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର ଈଶ୍ବର ହିଆଲଙ୍କ ଝିଅ କୁମାରୀ ଚନ୍ଦ୍ରକାନ୍ତି ହିଆଲ ଏବଂ ବରପାଲି ବ୍ଲକ ଅନ୍ତର୍ଗତ ଜୁଲଟ ଗ୍ରାମର ପ୍ରେମାନନ୍ଦ କୁମ୍ଭାରଙ୍କ ଝିଅ କୁମାରୀ ଲକ୍ଷ୍ମୀରାଣୀ କୁମ୍ଭାରଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା ରାଶି ଯୋଗାଇ ଦିଆଯାଇଛି ।

ଚନ୍ଦ୍ରକାନ୍ତି ଝାରସୁଗୁଡାର ଲକ୍ଷ୍ମୀ ନାରାୟଣ ଡିଗ୍ରୀ କଲେଜରେ ପି. ଜି. ପାଠ୍ୟକ୍ରମ ୨୦୨୫-୨୬ ପାଇଁ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ଓ ନାମ ଲେଖାଇବା ପାଇଁ ୧୯,୨୯୫ ଟଙ୍କାର ଆବଶ୍ୟକତା ହେଉଥିଲା । ଠିକ ସେହିପରି ଲକ୍ଷ୍ମୀରାଣୀ ଆନ୍ଧ୍ରା କେଶରୀ କଲେଜରେ ବି.ଇ.ଡି ପାଠ୍ୟକ୍ରମ ୨୦୨୫-୨୭ ପାଇଁ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ଓ ନାମ ଲେଖାଇବା ପାଇଁ ୧୫,୦୦୦ ଟଙ୍କାର ଆବଶ୍ୟକତା ହେଉଥିଲା ।

ମାତ୍ର ଉଭୟଙ୍କ ପରିବାରର ଦୁର୍ବଳ ଆର୍ଥିକ ଅବସ୍ଥା ତାଙ୍କର ପାଠ ପଢାରେ ପ୍ରତିବନ୍ଧକ ସାଜିଥିଲା । ତେଣୁକରି ସେମାନେ ଫିଡ୍ ଟ୍ରଷ୍ଟର ଦ୍ଵାରସ୍ଥ ହୋଇଥିଲେ । ଫିଡ୍ ଟ୍ରଷ୍ଟର ଚେୟାରମେନ ଶ୍ରୀ ଫଣୀନ୍ଦ୍ର କୁମାର ତାଣ୍ଡି , ଚନ୍ଦ୍ରକାନ୍ତି ଏବଂ ଲକ୍ଷ୍ମୀରାଣୀଙ୍କ ପାରିବାରିକ ସ୍ଥିତିର ଅନୁଧ୍ୟାନ କରିଥିଲେ ଏବଂ ଟ୍ରଷ୍ଟର ଅନ୍ୟ ସଦସ୍ୟ ଶ୍ରୀ ସୁବାସ ତାଣ୍ଡି, ଶ୍ରୀ କ୍ରୀଷ୍ଣା ସୁନା, ଶ୍ରୀ ପ୍ରଦୀପ ନାଗ ଓ ଶ୍ରୀ ଈଶ୍ବର ନାଗଙ୍କ ସହିତ ସରକଣ୍ଡା ଓ ଜୁଲଟ ଗ୍ରାମକୁ ଯାଇ ଚନ୍ଦ୍ରକାନ୍ତି ଏବଂ ଲକ୍ଷ୍ମୀରାଣୀ ଉଭୟଙ୍କୁ ଦଶ ଦଶ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ ।

error: Content is protected !!