କୋଟସମଲାଇ ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ।
ଉଲୁଣ୍ଡା(ରାଜେଶ କୁମାର ବାଘ)-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଶ୍ରୀ ଜଗନ୍ନାଥ ଏକାଡେମୀ ହାଇସ୍କୁଲରେ ଆଜି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଆୟୋଜିତ କାର୍ଯ୍ୟକ୍ରମରେ କ୍ଳଷ୍ଟର ର ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।ଆୟୋଜିତ ଉତ୍ସବରେ ପ୍ରଧାନଶିକ୍ଷୟତ୍ରୀ ଶୋଭାସିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ନାଏକ ସରପଞ୍ଚ ଯଶୋବନ୍ତ ପଧାନ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବାବୁଲାଲ ମନ୍ତ୍ରା, ମୋ ସ୍କୁଲ ଅଭିଯାନ ସଭାପତି ନଳିନୀକାନ୍ତ ବାଘ,ସିଆରସିସି ସୁଧାଂଶୁ ଶେଖର ଲୁହା ଉପସ୍ଥିତ ଥିଲେ। ପୂର୍ଣ୍ଣଚନ୍ଦ୍ର ପାଢ଼ୀ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ ଧନ୍ୟବାଦ ଅର୍ପଣ ଦେଇଥିଲେ। ଏଥିରେ ଗୀତ, ନୃତ୍ୟ,କୁଇଜ,ରଚନା ଲିଖନ,ଗଣିତ ଦୈଡ,ପତ୍ର ଲିଖନ,ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହୋଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ,ଅମିତ ପାତ୍ର, ହୃଷିକେଶ ପଧାନ ପରିଚାଳନା କରିଥିଲେ।ଶିକ୍ଷକ ପ୍ରଫୁଲ୍ଲ ସାହୁ,ବିଜୟ କୁମାର ହୋତା, ସାନ ଡାଙ୍ଗ, ମହେଶ ଦେହେରୀ,ପ୍ରଶାନ୍ତ ସାହୁ,ରାଜୁ ମିଶ୍ର,ଦାଶରଥୀ ସେଠୀ ପ୍ରମୁଖ ସହଯୋଗ କରିଥିଲେ।ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।



