Saturday, April 12, 2025
spot_imgspot_imgspot_img
Homeଅଘଟଣଚୋରୀ ଅଭିଯୋଗରେ ଜଣେ ବ୍ଯକ୍ତିଙ୍କୁ ଗିରଫ ଓ କୋର୍ଟ ଚାଲାଣ ।

ଚୋରୀ ଅଭିଯୋଗରେ ଜଣେ ବ୍ଯକ୍ତିଙ୍କୁ ଗିରଫ ଓ କୋର୍ଟ ଚାଲାଣ ।

ଅତାବିରା-ବରଗଡ ଜିଲ୍ଲା ଅଧିନ ଅତାବିରା ପୋଲିସ ଚୋରୀ ଅଭିଯୋଗରେ ଜଣେ ବ୍ଯକ୍ତିଙ୍କୁ ଗିରଫ କରି କୋର୍ଟ ଚାଲଣା କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଅତାବିରା ଏନଏସି ୧ ନମ୍ବର ଓ୍ବାର୍ଡ ମାର୍କେଟ ପଡାର ଗୋକୁଳାନନ୍ଦ ଜେନାଙ୍କ ଘରୁ ଲାପଟପ୍, ୨ଟି ଗ୍ୟାସ ସିଲିଣ୍ଡର ଚୋରୀ ହୋଇଯାଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଗୋକୁଳାନନ୍ଦ। ଅଭିଯୋଗକୁ ଭିତ୍ତିକରି ଅତାବିରା ପୋଲିସ ଅତାବିରା ଅଞ୍ଚଳର ଜଣେ ବ୍ଯକ୍ତିଙ୍କୁ ଗିରଫ ତାଙ୍କୁ କୋର୍ଟ ଚାଲଣା କରିଥିବା ସହ ଚେ଼ାରୀ ହୋଇଥିବା ଲାପଟପ୍, ଗ୍ୟାସ ସିଲିଣ୍ଡର ଓ ଆହୁରି ଅନେକ ସାମଗ୍ରୀ ଉଦ୍ଧାର କରିଛି ପୋଲିସ।

error: Content is protected !!