ଚୁହାପାଲି ଗ୍ରାମ୍ଯ ଜଙ୍ଗଲରେ ଗାତ ଖୋଲିଲା କିଏ ?
କାହା ନିର୍ଦ୍ଦେଶରେ ଖୋଲାଯାଇଛି ଏତେ ବଡ ଗାତ ?
ପ୍ରଶାସନିକ ବାବୁ ଜାଣିଶୁଣି ଚୁପ କି ?
ପଦ୍ମପୁର – ପଦ୍ମପୁର ଉପଖଣ୍ଡ ପାଇକମାଳ ତହସିଲ ଅନ୍ତର୍ଗତ ଚୁହାପାଲି ମୌଜାର ଖତିୟାନ ନମ୍ବର ୮୪ ର ପ୍ଳଟ ନମ୍ବର ୮୩୨ ରେ ରହିଥିବା ଗ୍ରାମ୍ୟ ଜଙ୍ଗଳରେ ହାରାହାରି ୨ ଏକର ୪୦ ଡେସିମିଲ ଜଗାରେ ଗଭୀର ଗାତ ହୋଇ ପାଣି ଜମି ଯାଇଥିବା ସୂଚନା ଅଧିକାର ଆଇନରେ ମିଲିଥିବା ତଥ୍ଯ ଅନୁସାରେ ସୂଚନା ମିଲିଛି । ଗ୍ରାମ୍ଯ ଜଙ୍ଗଲ ସାଧାରଣତଃ ଗ୍ରାମର ଉନ୍ନତି କରଣ ପାଇଁ ବ୍ୟବହାର ହେବା ପାଇଁ ସଂରକ୍ଷିତ ରହିଥାଏ ।

ହେଲେ ଏହି ସରକାରୀ ପ୍ଳଟରେ ଗଭୀର ଗାତ ଖୋଲିଲା କିଏ, କାହା ଅନୁମତିରେ ଖୋଲାଗଲା ଓ କେବେ ଖୋଲାଗଲା ପ୍ରଶାସନିକ ଅଧିକାରୀ କରୁଥିଲେ କଣ,ପ୍ରଶାସନିକ ଅଧିକାରୀ ଜାଣିଶୁଣି ଚୁପ ରହିଯାଇଥିଲେ କି ତାହା ଏବେ ପ୍ରଶ୍ନବାଚୀ ହୋଇଯାଇଛି । କାହିଁକି ନା ଏହି ସରକାରୀ ଖାତାର ସଂରକ୍ଷଣ ଦାୟିତ୍ବ ଉଭୟ ରାଜସ୍ବ ବିଭାଗ ଏବଂ ବନ ବିଭାଗର ପାଖରେ ରହିଛି । ତେବେ ଏହି ଜାଗାରେ ଗଭୀର ଗାତ ଖୋଲି ମାଟି ଭିତରୁ କଣ ଚୋରି କରାଯାଇଛି ।

ସୂଚନାଯୋଗ୍ଯ ଯେ ଏହି ଗ୍ରାମ୍ଯ ଜଙ୍ଗଲ ନିକଟରେ ଗୋଟିଏ କ୍ରସର ରହିଛି ଯେଉଁଠି ବଡବଡ ପଥର ଗୁଣ୍ଡ କରି ବିକ୍ରି କରାଯାଏ। ଏହି କ୍ରସର ପାଇଁ ଏଠାରୁ ପଥର ଉତ୍ତୋଳନ ପାଇଁ ଗାତ ଖୋଲାଯାଇଛି କି ? ପ୍ରଶାସନିକ ଅଧିକାରୀଙ୍କ ଜାଣତରେ ସବୁକିଛି ହୋଇଛି କି ? ତେବେ ଏହି ସରକାରୀ ଜମିରୁ ପଥର ଚୋରି ହୋଇଛି , ନା ଅନ୍ୟ କୌଣସି ମୂଲ୍ଯବାନ ଖଣିଜ ପଦାର୍ଥ ଚୋରି ହୋଇଛି ତାହା ତଦନ୍ତ ସାପେକ୍ଷ।




