Thursday, February 13, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଚେରେଙ୍ଗାଝାଞ୍ଜ ଠାରେ ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ ଉତ୍ସବ ।

ଚେରେଙ୍ଗାଝାଞ୍ଜ ଠାରେ ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ ଉତ୍ସବ ।

ପାଇକମାଲ – ଚେରେଙ୍ଗାଝାଞ୍ଜ କ୍ଳଷ୍ଟର ଅନ୍ତର୍ଗତ ଚେରେଙ୍ଗାଝାଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପ୍ରଧାନ ଶିକ୍ଷକ ସହଦେବ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ରୂପେ ଏବିଇଓ ରାଧେଶ୍ୟାମ ମେହେର ଏବଂ ସମ୍ମାନିତ ଅତିଥି ରୂପେ କ୍ଳଷ୍ଟର ସିଆରସିସି ଉଗ୍ରସେନ ପ୍ରଧାନ,ଜାମସେଟ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ ,ସ୍କୁଲ ପରିଚାଳନା କମିଟି ସଭାପତି ପଦ୍ମଲୋଚନ ସାହୁ ,ସିଆରସିସି ବ୍ରଜକିଶୋର ଜେନା ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ସାହୁ ଯୋଗଦେଇ ଥିବା ବେଲେ ମୂଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଏବିଇଓ ପ୍ରେମାନନ୍ଦ ବାରିକ ଯୋଗଦାନ କରିଥିଲେ।

ବରେଣ୍ୟ ଅତିଥି ରୂପେ ପୁରନ୍ଦର ଶାସ୍ତ୍ରୀ ଯୋଗଦାନ କରିଥିଲେ।ଗ୍ରାମାଞ୍ଚଳ ବିଦ୍ୟାଳୟର ସଂସ୍କୃତି,ଖେଳନା ପ୍ରତି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଶିକ୍ଷାର ବିକାଶ ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରି ସାମୁହିକ ବିକାଶ ପାଇଁ ଯତ୍ନବାନ ହେବା ଉପରେ ଗୁରୁତ୍ବ ପ୍ରଦାନ କରିବା ପାଇଁ ଶ୍ରୀ ବାରିକ କହିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତ୍ତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉଦଜାପନି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସିଆରସିସି ବିଜୟ କୁମାର ସ୍ବାଇଁ ଯୋଗଦାନ କରିଥିଲେ।

ସିଆରସିସି ଉଗ୍ରସେନ ପ୍ରଧାନ, ପଦ୍ମଲୋଚନ ସାହୁ, ସହଦେବ ମାଝୀ,ବିଜୟ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଶବନମ ସାମଳ ଓ ରିଙ୍କି ମେହେର ତଥା ଗ୍ରାମବାସୀ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ସହକାରୀ ଶିକ୍ଷକ ସହେଦେବ ଦାଉ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!