Saturday, April 19, 2025
spot_imgspot_imgspot_img
Homeରାଜ୍ୟଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଲତା ସରିଆଙ୍କ ବଢିବାରେ ଲାଗିଛି ନାକ ...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଲତା ସରିଆଙ୍କ ବଢିବାରେ ଲାଗିଛି ନାକ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ଗାଁର ୪୪ ବର୍ଷିୟ ଲତା ସରିଆ ଆର୍ଥିକ ପରିସ୍ଥିତି ଯୋଗୁଁ ସେ ଚିକିତ୍ସା ହୋଇପାରୁନାହାନ୍ତି । ୫ ବର୍ଷ ପୂର୍ବେ ନାକ କର୍କଟ ରୋଗ ଆକ୍ରାନ୍ତ ହୋଇ ଅର୍ଥ ଅଭାବ ଚିକିତ୍ସା ହୋଇପାରୁନାହାନ୍ତି । ଧାର କରଜ କରି ନୂଆପଡ଼ା, ବୁର୍ଲା ତଥା ରାୟପୁର ଡାକ୍ତରଖାନା ଯାଇ ଚିକିତ୍ସା ହେଉଥିଲେ । ବିଜୁ ସ୍ବାସ୍ଥ୍ୟ କାର୍ଡରେ ଯାହା ପଇସା ଥିଲା ତାହା ଚିକିତ୍ସାରେ ସରିଗଲା କିନ୍ତୁ ଭଳ ହେଲେ ନାହିଁ ନାକ ଅସ୍ବାଭାବିକ ଭାବରେ ବଢୁଛି ଯାହାଫଳରେ ସେ ଖାଇ ପାରୁନାହାନ୍ତି। ଅସହାୟ ପରିବାର ପକ୍ଷେ ଔଷଧ କିଣିବା ପାଇଁ ଅର୍ଥ ନାହିଁ। ପ୍ରତିଦିନ ଔଷଧ ଖାଇବା ପାଇଁ ଅସୁବିଧା ହେଉଛି। ପରିବାରରେ ସ୍ବାମୀ କୁଲି ମଜୁରୀ କରି କଷ୍ଟେମଷ୍ଟେ ଚଲୁଛନ୍ତି ।

ପରିବାରରେ ତାଙ୍କ ସ୍ଵାମୀ,ଦୁଇ ପୁଅ ଝିଅ ସମେତ ୮ ଜଣ ସଦସ୍ୟ ଅଛନ୍ତି। ତାଙ୍କ ସ୍ବାମୀ ସୁଧେ ସରିଆ କଲି ମଜୁରୀ କରି ଯାହା ପାଉଛନ୍ତି ଚିକିତ୍ସାରେ ଯଥେଷ୍ଟ ହେଉନାହିଁ। ଲତାକୁ ଉଚ୍ଚ ଚିକିତ୍ସା ହେଲେ ଭଳ ହେବ ବୋଲି କହୁଛନ୍ତି ହେଲେ ପାଖରେ ସେତେ ସମ୍ବଳ ନାହିଁ ସେଥିପାଇଁ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗକୁ ଆର୍ଥିକ ସହାୟତା ସହ ଉଚ୍ଚ ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି ତଥା କେହି ସହୃଦୟ ବ୍ୟକ୍ତି, ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ସରକାର ସାହାଯ୍ୟ କଲେ ଲତା ଆରୋଗ୍ୟ ହେଇପାରିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଦାବୀ ହୋଇଛି।

error: Content is protected !!