
ପଦ୍ମପୁର– ସର୍ବଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ପଦ୍ମପୁର ସହରର ତନିଶା ଅଗ୍ରୱାଲ। ପଦ୍ମପୁର ସହରର ଏକ ବେସରକାରୀ ବିଦ୍ୟାଳୟରୁ ପାଠ ପଢା ଆରମ୍ଭ କରି ଦଶମ ପାଠ ପଦ୍ମପୁରରେ ସମାପନ କରିଥିବା ବେଳେ ଦ୍ବାଦଶ ଶ୍ରେଣୀର ପାଠ ବରଗଡର ଏକ ଘରୋଇ ମହାବିଦ୍ୟାଳୟରେ ସମାପନ କରିଥିଲେ । ଛତିଶଗଡ଼ ରାଜ୍ଯର ରାୟପୁର ଠାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପାଠ ପାଇଁ ପ୍ରସ୍ତୁତି କରୁଥିଲେ । ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇବା ପରେ ତନିଶାଙ୍କ ପରିବାର ତଥା ବନ୍ଧୁବାନ୍ଧବଙ୍କ ମଧ୍ଯରେ ଖୁସିର ଲହରୀ ଖେଳିଯାଇଛି ।

ତନିଶା ତାଙ୍କର କୃତିତ୍ବକୁ ଅଜା ପଦ୍ମପୁର ସହରର ପୂର୍ବତନ ନଗରପାଳ ସ୍ବର୍ଗତ ସତ୍ୟବାନ ଅଗ୍ରୱାଲଙ୍କୁ ସମର୍ପଣ କରିଛନ୍ତି । ତନିଶା ପଦ୍ମପୁର ସହରର ବରିଷ୍ଠ ବ୍ୟବସାୟୀ ତଥା ବି.ଜେ.ପି ବରଗଡ ଜିଲ୍ଲା ଉପସଭାପତି ସୁନୀଲ ଅଗ୍ରୱାଲାଙ୍କ ଏକମାତ୍ର କନ୍ଯା ଅଟନ୍ତି । ଖବର ପାଇ ତନିଶା ଅଗ୍ରୱାଲଙ୍କୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଭୁଏ,ବଣିକ ସଂଘ ସଭାପତି ପ୍ରତାପ ମିଶ୍ର ତଥା ଅନେକ ବରିଷ୍ଠ ପଦାଧିକାରୀ ମାନେ ଶୁଭେଚ୍ଛା ଜଣାଇଥିଲେ ।



