Thursday, November 21, 2024
spot_imgspot_imgspot_img
Homeଅଘଟଣଚାନ୍ଦୋତରା ଗ୍ରାମରେ ଡାଇରିଆ ଆତଙ୍କ: ୨ ମୃତ ୭୬ ରୁ ଅଧିକ ଆକ୍ରାନ୍ତ ।

ଚାନ୍ଦୋତରା ଗ୍ରାମରେ ଡାଇରିଆ ଆତଙ୍କ: ୨ ମୃତ ୭୬ ରୁ ଅଧିକ ଆକ୍ରାନ୍ତ ।

ସ୍ବାସ୍ଥ୍ୟକେନ୍ଦ୍ର ଓ ଗାଁ କୁ ପହଞ୍ଚି ସ୍ଥିତି ପରଖିଲେ ବିଧାୟକ ଲକ୍ଷ୍ମଣ ବାଗ ।

କଣ୍ଟାବାଞ୍ଜି-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗ୍ରାମରେ ଦୁଇ ଦିନ ମଧ୍ୟରେ ୭୬ ରୁ ଅଧିକ ଲୋକେ ଡ଼ାଇରିଆ ରେ ଆକ୍ରାନ୍ତ ହୋଇଥିବା ବେଳେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ହେଲେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଗାଁ ଓ ପରିବାର ଲୋକଙ୍କ କହିବାନୁଯାୟୀ ଝାଡ଼ା ବାନ୍ତି ହେବାରୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ଆକ୍ରାନ୍ତ ଥିବା ସମସ୍ତଙ୍କୁ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୭୬ ଜଣ ଆକ୍ରାନ୍ତ ସିନ୍ଧେକେଲା ହସ୍ପିଟାଲରେ ଚିକିତ୍ସିତ ହେବାପାଇଁ ଆସିଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ୧୭ ଜଣ ଏକ୍ଟିଭ କେସ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହେଉଥିବା ଏମଓଆଇସି ଡକ୍ଟର ଜୟନ୍ତ ବାଗ ଙ୍କୁ ପଚାରିବାରୁ ସୁଚନା ଦେଇଛନ୍ତି।

ଖବର ଜାଣିବାପରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଚାନ୍ଦୋତରା ପହଞ୍ଚି ଆକ୍ରାନ୍ତ ଥିବା ଲୋକଙ୍କ ପରିବାରକୁ ଭେଟି ସ୍ଥିତି ବିଷୟରେ ଅବଗତ ହୋଇଛନ୍ତି। ପରିସ୍ଥିତି ଜଟିଳ ନ ଥିଲେ ରୋଗୀ ମାନଙ୍କୁ ଅନ୍ୟ ହସ୍ପିଟାଲ ମାନଙ୍କୁ ସ୍ଥାନାନ୍ତରିତ ନ କରିବାକୁ ଡ୍ୟୁଟି ରେ ଥିବା ଡ଼ାକ୍ତର ଙ୍କୁ କହିଥିଲେ। ଏହି ସମୟରେ ବଙ୍ଗୋମୁଣ୍ଡା ବ୍ଲକ ସାଂସଦ ପ୍ରତିନିଧି ଅନିଲ ନାଏକଙ୍କ ସହ ସିନ୍ଧେକେଲା ମଣ୍ଡଲର ବିଜେପି କର୍ମୀମାନେ ଉପସ୍ଥିତ ଥିଲେ। ଗାଁ ଲୋକଙ୍କ କହିବାନୁଯାୟୀ ସିନ୍ଧେକେଲା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସାପରେ କିଛି ଗୁରୁତର ହୋଇଥିବାରୁ ସେମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଟିଟିଲାଗଡ , ଖଡ଼ିଆଳ , ବଲାଙ୍ଗିର , ଭବାନୀପାଟଣା ଆଦି ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।

ଚାନ୍ଦୋତରାରେ ଡାଇରିଆ ବଢ଼ି ଚାଲିଥିବା ଦେଖି ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଚାରିଜଣିଆ ମେଡିକାଲ ଟିମ୍ କୁ ନେଇ ଅସ୍ଥାୟୀ ମେଡିକାଲ କେମ୍ପ କରାଯାଇଛି। ଗୋଟିଏ ପଟେ ଚାନ୍ଦୋତରା ରେ ଡାଇରିଆ ବ୍ୟାପି ଚାଲି ଥିବାବେଳେ ଆଖପାଖ ଅଞ୍ଚଳ ସହ ସିନ୍ଧେକେଲା ରେ ମଧ୍ୟ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଚାନ୍ଦୋତରା ସରପଞ୍ଚ ଜିତେନ ବଛା ଙ୍କ କହିବାନୁଯାୟୀ ନଦୀରୁ ଯୋଗାଣ ହେଉଥିବା ପାଇପ ପାଣି ରୁ ହୁଏତ ଏହା ବ୍ୟାପିଥାଇପାରେ ତେଣୁ ପାଇପ ପାଣି ବନ୍ଦ କରି ସିନ୍ଧେକେଲା ରୁ ପାଣି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯାଇ ପାଣି ଫୁଟାଇ ପିଇବା ପାଇଁ ସଚେତନତା କରାଯାଉଥିବା କହିଛନ୍ତି। ତେବେ ସିନ୍ଧେକେଲା ଡାକ୍ତରଖାନାକୁ ବିଶେଷଜ୍ଞ ଡକ୍ଟର ପୋଷ୍ଟିଂ କରିବାପାଇଁ ଓଡ଼ିଶା ୟୁନିଅନ ଅଫ ଜର୍ନାଲିଷ୍ଟ ବଲାଙ୍ଗୀର ଶାଖାର ସମ୍ପାଦକ (ଗ୍ରାମୀଣ) ଅନିଲ କୁମାର ତ୍ରିପାଠୀ ଦାବି କରିଛନ୍ତି।

error: Content is protected !!