ପାଇକମାଳ(ବିଦ୍ୟାଧର ସାହୁ)-ପାଇକମାଳ ସ୍ଥିତ ବୈଷସ୍ନୋଦେବୀ ରାଇସମିଳ ପରିସରରେ ଚାରିଦିନ ଧରି ଚାଲିଥିବା ଚବିଶ ପ୍ରହରୀ ନାମଯଜ୍ଞ ବୁଧବାର ଉଦଯାପିତ ହୋଇଯାଇଛି । ରବିବାର କଳସଯାତ୍ରାରେ ଶତାଧିକ ମହିଳା ପାଇକମାଳ ସ୍ଥିତ ଶିବ ମନ୍ଦିର ନିକଟ ଝରଣାରୁ ପବିତ୍ର ଜଳ ୧୦୮ କଲସିରେ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ସେହିଲଗ୍ନ ସମୟରୁ ଦିବାରାତ୍ର ଚାଲିଥିଲା ହରେ କୃଷ୍ଣ ମହାମନ୍ତ୍ର । କର୍ତ୍ତା ଭାବରେ ମହେଶ ଅଗ୍ରୱାଲ ଓ ତାଙ୍କର ଧର୍ମପତ୍ନୀ ଶଶୀ ଅଗ୍ରୱାଲ ଚାରିଦିନ ଯାକ ଯଜ୍ଞ ମଣ୍ଡପରେ ବସି ପୁଜାପାଠ କରି ଯଜ୍ଞରେ ଆହୁତି ପ୍ରଦାନ ସହ ଦାନ ଦକ୍ଷିଣା ପ୍ରଦାନ କରିଥିଲେ ।

ଏଥିରେ ଯୁବରାଜ ପଣ୍ଡିତ ଓ ତାଙ୍କର ସାଥି ମାନଙ୍କ ସହ ପଣ୍ଡିତ ପ୍ରେମାନନ୍ଦ ଦେବତା ପୁଜାପାଠ, ହୋମ, ଯଜ୍ଞ, ରୀତି ନୀତିରେ କରି ଭକ୍ତ ମାନଙ୍କୁ ଭଗବାନଙ୍କୁ ଦର୍ଶନ କରାଉଥିଲେ । ଦୈନନନ୍ଦିନ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ ଭକ୍ତମାନଙ୍କ ପ୍ରସାଦ ସେବନର ବ୍ୟବସ୍ଥା ସୁରୁଖୁରୁରେରେ କରାଯାଉଥିଲା । ଏଥିରେ ସ୍ବେଛାସେବୀ ଆଶୁତୋଷ ସାହୁ, ମନୀଷ ଅଗ୍ରୱାଲ, କ୍ରିଷ୍ଣା ଅଗ୍ରୱାଲ, ରମେଶ ଅଗ୍ରୱାଲ, ପୁସ୍ତମ ଅଗ୍ରୱାଲ, ଗୁଣ ନାଗ,ସୁଶାନ୍ତ ନାଗ,ଡା.କମଲେଶ ଅଗ୍ରୱାଲ ତଥା ପାଇକମାଳର ସ୍ବେଛାସେବୀ, ମାରୱାଡି ଯୁବାମଞ୍ଚର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

ପ୍ରକୃତି ବନ୍ଧୁ ବଡ ଶତପଥି ଦଶବର୍ଷ ପୂର୍ତ୍ତି ଯଜ୍ଞ ସ୍ମୁତି ପାଇଁ ଏକ ଜାମୁନ ଗଛ ପ୍ରଦାନ କରି ଉପଯୁକ୍ତ ସ୍ଥାନରେ ଲଗାଇ ଏହାର ଯତ୍ନ ନେବାପାଇଁ କର୍ତ୍ତା ଦମ୍ପତିଙ୍କୁ ଉପଦେଶ ଦେଇଥିଲେ। ଚାରିଦିନ ଧରି ଏହି ଭକ୍ତି ପୂର୍ଣ୍ଣ ସମାବେଶରେ ୧୬ ଗୋଟି ବଛା ବଛା ସଂକୀର୍ତ୍ତନ ଦଳ ଭାଗନେଇ ଥିଲେ। ପୂଝାରୀଗୁଡା, ଦେଶାଇମୁଣ୍ଡା, ଗଠିଆପାଳି, ସର୍ଗିପାଲି, ଝାରସୁଗୁଡା, ଝାରବନ୍ଧ, ଓଡ଼ିଆପାଲି, ତାଂମିମୁଣ୍ଡା, କଟାପାଲି, କେଛୋମାଲ, ଘୁଚେପାଲି, ଅଏଲ ପୂର, ଶବରପଡା, ଡୁଙ୍ଗରିପାଲି, କ୍ରିଷ୍ଣା, ମସାନକୁଣ୍ଡା ପ୍ରମୁଖ ଗ୍ରାମରୁ ସଂକୀର୍ତ୍ତନ୍ୟ ଦଳ ଗୁଡିକ ଆସି ନାମ ଧରି ନାଚି ନାଚି ତାଙ୍କର ଭକ୍ତି ମୟ ଗୀତ ଗାଇ ଜନ ମାନସକୁ ବିମୋହିତ କରିଥିଲେ । ବୁଧବାର ଶେଷଦିନ ସଂକୀର୍ତ୍ତନ ବୈଠକି ରାତି ଦଶଟା ଯାଏଁ ଚାଲିଥିଲା ।


