Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିଚନ୍ଦ୍ରଘଣ୍ଟା ରୂପରେ ମାଁ ବରଦା ଦୁର୍ଗାଙ୍କ ପୁଜନ ।

ଚନ୍ଦ୍ରଘଣ୍ଟା ରୂପରେ ମାଁ ବରଦା ଦୁର୍ଗାଙ୍କ ପୁଜନ ।

ବରପାଲି-ବରପାଲି ମାଁ ବରଦା ଦୁର୍ଗାଙ୍କୁ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପଣ୍ତିତ ମାନଙ୍କ ଦ୍ବାରା ପୂଜାର୍ଚ୍ଚନା ହୋଇଯାଇଛି। ମାଁଙ୍କ ତୃତିୟ ଶକ୍ତି ଚନ୍ଦ୍ରଘଣ୍ଟା ବେଶରେ ପୂଜକ ମାନଙ୍କ ଦ୍ବାରା ନିତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ନବଦିନାତ୍ମକ ପୂଜନ ବିଧି ଅନୁଶାରେ ତୃତିୟ ଶକ୍ତୀ ମାଁ ଚନ୍ଦ୍ରଘଣ୍ଟା ରୂପ ପୂଜନରେ ବିଶେଷ ମହତ୍ବ ରହିଛି।

ଭକ୍ତ ମାତାଙ୍କ କୃପା ବଳରେ ବହୁ ଆଲୌକିକ ବସ୍ତୁର ଦର୍ଶନ ଓ ଶକ୍ତି ପ୍ରାପ୍ତି କରିଥାଏ ବୋଲି ଧାର୍ମିକ ବିଶ୍ବାଷ ରହିଛି। ପଣ୍ତିତ ମାନେ ଭିନ୍ନଭିନ୍ନ ପ୍ରଥା ଓ ନିତିକାନ୍ତି ଅନୁଶାରେ ମାଁଙ୍କ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ମାଁଙ୍କ ଦୁଲ୍ଲଭ ରୂପ ଦର୍ଶନାର୍ଥେ ଭକ୍ତ ମାନଙ୍କ ଭିଡ ଦିନ ତମାମ ଲାଗିରହିଥିଲା।

କାର୍ଯ୍ଯକ୍ରମ ପରିଚାଳନାରେ କମିଟି କର୍ମକର୍ତ୍ତା ଓ ମୂଖ୍ଯପୂଜକ ସୁବଳ ମିଶ୍ରଙ୍କ ସମେତ ପଣ୍ଡିତ ସଦାନନ୍ଦ ଦାଶ,ଗୋପାଳ ମିଶ୍ର,ତିଳକ ମିଶ୍ରଙ୍କ ସହାୟତାରେ ଆଗେଇଥିଲା।

error: Content is protected !!