ବରପାଲି – ବରପାଲି ବ୍ଲକ ଲେଣ୍ତା ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆରେ ଲେଣ୍ତା ଚତୁର୍ଥ ରନିଂ ଫୁଟବଲ ଫାଇନାଲରେ କାଇଁଶିର ବିଜୟୀ ଦଳ ଭାବେ ଘୋଷିତ ହୋଇଯାଇଛି। ରବିବାର ଅପରାହ୍ନରେ ସ୍ଥାନିୟ ଏଥେଲେଟିକ ଏସୋସିଏସନ ପକ୍ଷରୁ ଆୟୋଜିତ ସପ୍ତ ଦିବସିୟ ପ୍ରତିଯୋଗିତାର ଫାଇନାଲ ଖେଳ କାଇଁଶିର ଓ ଡୁମେରପାଲି ଦଳ ମଧ୍ଯରେ ଅନୁଷ୍ଠିତ ହୋଇଥିଲା। କାଇଁଶିର ଦଳ ୩ଗୋଲରେ ଡୁମେରପାଲି ଦଳକୁ ପରାସ୍ତ କରି ଶ୍ରେଷ୍ଠଦଳ ଭାବେ ଘୋଷିତ ହୋଇଥିଲା। ସୌଭାଗ୍ୟ ରଞ୍ଜନ ବିଶ୍ଵାଳଙ୍କ ସଂଯୋଜନାରେ ସଂଚାଳିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେଡାକ୍ତର ବିକ୍ରମ କେଶରୀ ବାରିକ ଯୋଗଦେଇ ଖେଳାଳୀ ଓ ଦଳକୁ ପୁରସ୍କୃତ କରିଥିଲେ।
ସମ୍ମାନିତ ଅତିଥି ଭାବରେ ନିବେଦିତା ସ୍ୱାଇଁ ପ୍ରଧାନ ଶିକ୍ଷୟତ୍ରୀ ପଞ୍ଚାୟତ ହାଇସ୍କୁଲ ଲେଣ୍ଡା, କେଦାର ମିଶ୍ର, ଗୋଲକ ବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଖେଳ ପରିଚାଳନାରେ ଶ୍ରୀନିବାସ ରାଓ,ନରେଶ ପଧାନ, ପ୍ରମୋଦ ପଧାନ ଜିତେନ୍ଦ୍ର ବିଦ୍ୟାଧର, ସମ୍ପୂର୍ଣ ଭୋଇ ଓ ରାଧାକାନ୍ତ ନାଏକ ପ୍ରମୁଖ ସହାୟତା କରିଥିଲେ। ପ୍ରତିଯୋଗିତା ପରିଚାଳନାରେ ସୁଦାମ,ଗାଗାରିନ,ସୁଶାନ୍ତ,କିରନ,ବିପ୍ଳବ,ପିଙ୍କୁ,ଶୁଭେନ୍ଦୁ,ଗଙ୍ଗା,ଝୁନା,ଗୌରାଙ୍ଗ, ଗଜାଧର ଓ ଲେଣ୍ଡା କ୍ରୀଡ଼ା ସଂସଦ ସମସ୍ତ ସଭ୍ୟ ଓ ଲେଣ୍ଡା ଗ୍ରାମ ବାସୀ ସହଯୋଗ କରିଥିଲେ।