ପଦ୍ମପୁର – ପଦ୍ମପୁର ଟାଉନ୍ କ୍ଲବ ଦ୍ବାରା ଆୟୋଜିତ ହେଉଥିବା ଲୋକ ମହୋତ୍ସବ ମଞ୍ଚରେ ଏଥର ପାଞ୍ଚ ଦିନଧରି ପ୍ରାୟ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ବ ଆୟୋଜିତ ହେଉଥିବା ବେଳେ କଳାକାରଙ୍କୁ ଏକତ୍ରିତ କରି ବୋଡ଼ାସମ୍ବର ଅଂଚଳ ତଥା ଓଡ଼ିଶା ଓ ଭାରତର ବିଭିନ୍ନ ପ୍ରାନ୍ତର ସଂସ୍କୃତିକୁ ଏକ କରି ବିଶ୍ୱ ଦରବାରକୁ ପହଞ୍ଚାଇବା ପାଇଁ ଏହି ମହୋତ୍ସବର ଆୟୋଜନ। ସ୍ଥାନୀୟ ଲୋକ ସଂସ୍କୃତି ପରମ୍ପରା , ଲୋକ ନୃତ୍ୟ, ଗୀତ ସମେତ ଲୁପ୍ତ ହେବାକୁ ବସୁଥିବା ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ସଙ୍ଗୀତକୁ ପ୍ରାଧାନ୍ୟ ଦେଇ ଗତ ୪ ବର୍ଷ ହେବ ଟାଉନ କ୍ଳବ ତଫରୁ ଆୟୋଜିତ ହୋଇ ଆସୁଛି ପଦ୍ମପୁର ଲୋକ ମହୋତ୍ସବ।

ଏଥର ମଧ୍ୟ ଟାଉନ୍ କ୍ଲବ ପକ୍ଷରୁ ପାଞ୍ଚ ଦିନ ଧରି ମହୋତ୍ସବ ଆୟୋଜିତ ହେଉଛି। ତେବେ ଏନେଇ ଆଜି ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରା ସହ ଆରମ୍ଭ ହୋଇଯାଇଛି ମହୋତ୍ସବ। ପରମ୍ପରିକ ଗଣା ବାଜା, ଘୁଡକା, ଆଦି ପ୍ରାୟ ୧୫ ଗୋଟି ସ୍ଥାନୀୟ ସାଂସ୍କୃତିକ ଦଳ ସହ ପଶ୍ଚିମ ବଙ୍ଗର ଢାକି, ଛତିଶଗଡ ପରି ବାହାର ରାଜ୍ୟର ଲୋକନୃତ୍ୟ ପରମ୍ପରାକୁ ମଧ୍ୟ ଏହି ଶୋଭାଯାତ୍ରାରେ ସ୍ଥାନ ଦିଆଯାଇଥିଲା ।

ସେହିପାରି ବିଭିନ୍ନ ବିଭାଗ ଏବଂ ସ୍କୁଲ ପକ୍ଷରୁ ବିଭିନ୍ନ ଜନ ସଚେତନତା ତଥା ଦେଶର ବୀରତ୍ୱକୁ ଦର୍ଶଉଥିବା ଝାଙ୍କି ଯେପରିକି ଜଙ୍ଗଲ ସୁରକ୍ଷା, ଆଇ. ଏନ. ଏସ ବିକ୍ରାନ୍ତର ମୋଡେଲ ଏବଂ ବିଜ୍ଞାନ କୌଶଳକୁ ଦର୍ଶଉଥିବା ୱେଷ୍ଟ ରୁ ନିର୍ମିତ ରୋବୋର୍ଟ ପାରି ବୋହୁ ସୁନ୍ଦର ଝାଙ୍କି ମାନ ମଧ୍ୟ ସ୍ଥାନ ପାଇଥିଲା। ଏହି ଶୋଭାଯାତ୍ରା ସ୍ଥାନୀୟ ଅଶୋକ ପଡିଆରୁ ପୂଜାର୍ଚନା ସହ ଏକତ ର ମଶାଲ ପ୍ରଜ୍ବଳିତ କରି ବାହାରି ସମଗ୍ର ନଗର ପରିକ୍ରମା କରିଥିବା ବେଳେ ବିଶେଷ କରି ବୋଡାସମ୍ବରର ପୁରାତନ ଝାଙ୍କର ପରମ୍ପରା ମଧ୍ୟ ଏହି ଶୋଭଯାତ୍ରାରେ ଦେଖିବାକୁ ମିଳିଛି।

ପୁରାତନ ବୋଡାସମ୍ବର ଐତିହରେ ବିଭିନ୍ନ ପ୍ରାନ୍ତରେ ବିଭିର୍ନ ସମ୍ପ୍ରଦାୟର ଜଣେ ଜଣେ ଗ୍ରାମ୍ୟ ବା ପ୍ରାନ୍ତ ପୂଜକ ରହୁଥିଲେ ଯାହାଙ୍କୁ ଝାଙ୍କର ନାମରେ ପରିଚୟ ଦିଆଯାଉଥିଲା। ତେବେ ସମୟ ସହ ଏହି ପରମ୍ପରା ହଜିବାକୁ ବସୁଥିବା ବେଳେ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ତରଫରୁ ଝାଙ୍କର ଦାୟିତ୍ୱରେ ଥିବା ବର୍ତ୍ତମାନ ପିଢ଼ିର ପ୍ରତିନିଧିଙ୍କୁ ମହୋତ୍ସବରେ ସମ୍ମାନିତ କରିବା ସହ ଶୋଭାଯାତ୍ରାରେ ସ୍ଥାନ ଦିଆଯିବା ଏକ ଉଚ୍ଚ କୋଟିର ପ୍ରୟାସ ବୋଲି ଚର୍ଚ୍ଚା ହେଉଥିବା ବେଳେ ପରମ୍ପରା ଓ ସାଂସ୍କୃତି କୁ ବଞ୍ଚାଇବା ପାଇଁ ହିଁ ମହୋତ୍ସବର ଆୟୋଜନ ବୋଲି କମିଟି ପକ୍ଷରୁ କହୁଯାଇଥିଲା। ତେବେ ଦିର୍ଘ ୨୦ ଦିନ ଧରି ବାଣିଜ୍ୟ ମେଳା ମଧ୍ୟ ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ପ୍ରକାରର ଘର କରଣା ସାମଗ୍ରୀ ସହ ବିଭିନ୍ନ ରାଜ୍ୟର ଖାଦ୍ୟ ସାମଗ୍ରୀ, ଦୈନନ୍ଦିନ ବ୍ୟବହାର ହେଉଥିବା ସାମଗ୍ରୀ, ବସ୍ତ୍ର, ଆଭୁଷଣ ପ୍ରଭୃତି ସାମଗ୍ରୀ ବିକ୍ରି ହେଉଛି। ଏହାସହ ମୀନା ବଜାର ମଧ୍ୟ ମଜା ନେଉଛନ୍ତି ଲୋକେ।

