Saturday, March 7, 2026
Homeରାଜ୍ୟଚଣ୍ଡୀଭଟାର କଳାଧାନ ଚାଷ ପରିଦର୍ଶନ କଲେ ପଦ୍ମପୁର ଉପଜିଲ୍ଲାପାଳ ।

ଚଣ୍ଡୀଭଟାର କଳାଧାନ ଚାଷ ପରିଦର୍ଶନ କଲେ ପଦ୍ମପୁର ଉପଜିଲ୍ଲାପାଳ ।

ଝାରବନ୍ଧ -ଝାରବନ୍ଧ ବ୍ଲକ ଚଣ୍ଡୀଭଟା ଅର୍ଗାନିକ ଲାଇଫ ଫାର୍ମିଙ୍ଗ ପ୍ରଡ଼୍ୟୁସର କମ୍ପାନୀ ଲିମିଟେଡ଼ କଳା ଧାନ ଉତ୍ପାଦନ କରି ସାରା ଦେଶ ବିଦେଶ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସମାଜ ପାଇଁ ଏକ ଉଦାହରଣ ସାଜିଛି ଯାହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଅଟେ l ଚଣ୍ଡୀଭଟା ଅର୍ଗାନିକ ଲାଇଫ ଫାର୍ମିଙ୍ଗ ପ୍ରଡ଼୍ୟୁସର କମ୍ପାନୀ ଲିମିଟେଡ଼ ର କଳା ଧାନ କ୍ଷେତ ଏବଂ କଳା ଚାଉଳ ର ଉତ୍ପାଦନ ଗୋଷ୍ଠୀ କୁ ଆଜି ପଦ୍ମପୁର ଉପଜିଲ୍ଲାପାଳ ଅରୁଗୁଳା ସ୍ନେହା ଆଜି ପରିଦର୍ଶନ କରିଛନ୍ତି l

ଜୈବିକ ପଦ୍ଧତି ରେ ଚାଷ ହୋଇ ଉତ୍ପାଦନ ହେଉଥିବା କଳା ଧାନ ଓ ଚାଉଳ ପାଇଁ ବେଶ ପ୍ରଶଂସା କରିଥିଲେ l ୪୨୦ ଜଣ ମହିଳା ଙ୍କୁ ନେଇ ଗଠନ ହୋଇଥିବା ଏହି ଏଫପିଓ ର କାର୍ଯ୍ୟଧାରା, ଜୈବିକ ଚାଷ ପଦ୍ଧତି ବିଷୟରେ ଜ୍ୟୋତିର୍ମୟୀ ସେଠ, ସୁଜାତା ପ୍ରଧାନ ଏବଂ ପୁଷ୍ପା ବିଶ୍ୱାଳ କହିଥିଲେ l ସିଡସ ପ୍ରୋସେସିଂ ର ଅସୁବିଧା ସମ୍ପର୍କରେ ଉପଜିଲ୍ଲାପାଳ ଙ୍କୁ କହିବାରୁ ପ୍ରଶାସନକି ସ୍ତରରେ ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l

କଳାଧାନ ଚାଷ ହୋଇ ଥିବା ଧାନ କ୍ଷେତ କୁ ଉପଜିଲ୍ଲାପାଳ ନିଜେ ଯାଇ ପରିଦର୍ଶନ କରିଥିଲେ କଳା ଧାନ ଉତ୍ପାଦନ ଏବଂ ପଦ୍ଧତି ତଥା ବଜାର ଚାହିଦା ସମ୍ପର୍କ ରେ ଉମାକାନ୍ତ ପ୍ରଧାନ ଆଲୋକପାତ କରିଥିଲେ l ଏହି ସମୟରେ ଝାରବନ୍ଧ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ବିପିଏମ ସତ୍ୟ କୁମ୍ଭାର ତଥା ସତର୍କ ସ୍ବେଛାସେବି ସଂଗଠର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

error: Content is protected !!