Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଚକବନ୍ଦୀ ବ୍ଯବସ୍ଥା ପାଇଁ ରାଜ୍ଯ ରାଜସ୍ବ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ବୁଗବୁଗା ଓ ଜହ୍ନାପଡା...

ଚକବନ୍ଦୀ ବ୍ଯବସ୍ଥା ପାଇଁ ରାଜ୍ଯ ରାଜସ୍ବ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ବୁଗବୁଗା ଓ ଜହ୍ନାପଡା ଚାଷୀ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଧିନ ରେଂଗାଲିକେମ୍ପ ଠାରେ ରାଜ୍ଯ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଚକବନ୍ଦୀ ବ୍ଯବସ୍ଥାର ସୁବନ୍ଦୋବସ୍ତ କରିବା ପାଇଁ ଅତାବିରା ତହସିଲର ବୁଗବୁଗା ଓ ଜହ୍ନାପଡା ମୌଜାର ଚାଷୀ ମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିପତ୍ର ଦେବା ସମୟରେ ରବିନ୍ଦ୍ର ବିଶି,ହିମାଂଶୁ ବିଶି,ପାଣ୍ଡବ ପଧାନ, ଚୈତନ୍ୟ କର୍ଣ୍ଣ, ଜଗନ୍ନାଥ ପଧାନ,ହେମନ୍ତ କର୍ମୀ, ଅକ୍ଷୟ ଛନ୍ଦ, ଶିବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।ଚକବନ୍ଦୀ ବ୍ୟବସ୍ଥା ନହେବାରୁ ଖଜଣା ପୈଠ କରିହେଉ ନାହିଁ। ଜମି କିଣାବିକା ହୋଇପାରୁ ନାହିଁ। ଧାନ ବିକ୍ରୀ ପାଇଁ ଚାଷୀ ପଂଜିକରଣରେ ଅସୁବିଧା ହେଉଛି। ଫସଲ ବୀମା ପ୍ରିମିୟମ ଦେବାରୁ ଅସୁବିଧା ହେଉଛି। ବ୍ଯାଙ୍କ ଗୁଡିକରେ ଋଣ କରି ହେଉନାହିଁ।

error: Content is protected !!