ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଘେଁସ ରେଞ୍ଜ ଅଞ୍ଚଳରେ ୨୫ରୁ ଅଧିକ ହାତୀ , ଅଞ୍ଚଳରେ ଭୟର ବାତାବରଣ। ପଦ୍ମପୁର ଉପଖଣ୍ଡ ଘେଁସ ରେଞ୍ଜ ଜ୍ଞାନ ଅଞ୍ଚଳରେ ପ୍ରାୟ ୨୫ରୁ ଅଧିକ ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଲିଛି । ଛତିଶଗଡ ଅଞ୍ଚଳରୁ ଝାଞ୍ଜ ପାହାଡ ଦେଇ ହାତୀ ମାନେ ଆସିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଲିଛି ।
ଏ ପର୍ଯ୍ୟନ୍ତ କାହାର ଜୀବନ ପ୍ରତି ଆଘାତ ହୋଇ ନ ଥିଲେ ହେଁ ଫସଲ ନଷ୍ଟ ହୋଇଥିବାର ସୂଚନା ମିଲିଛି । ହାତୀ ଗୁଡିକ ୨୫ ତାରିଖରୁ ଏହି ଅଞ୍ଚଳରେ ରହିଛନ୍ତି ଏବଂ ହାତୀଙ୍କୁ ଅଞ୍ଚଳରୁ ଘଉଡାଇବା ପାଇଁ ବନ ବିଭାଗ କାର୍ଯ୍ୟ ଜାରି ରଖିଥିବା ଘେଁସ ରେଞ୍ଜର ବିଜୟ ଲକ୍ଷ୍ମୀ ପଟେଲ ସୂଚନା ଦେଇଛନ୍ତି ।