Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଘେଁସ ଉଚ୍ଚ ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ l

ଘେଁସ ଉଚ୍ଚ ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ l

ସୋହେଲା-ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦେବରାଜ ସାହୁ ଙ୍କ ସଭାପତିତ୍ବରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରକୃତିବଂଧୁ ମୀନକେତନ ସାହୁ, ସମ୍ପାଦକ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ବରଗଡ଼ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା, ବିଶ୍ୱ ଉତ୍ତାପନ, ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ,ଛାତ୍ରୀ ,ଜନ ସାଧାରଣ ସମସ୍ତେ ହାତ କୁ ହାତ ମିଳାଇ ବିଶ୍ବ ଉତ୍ତାପନ ନିରାକରଣ ନିମନ୍ତେ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବା ପାଇଁ ପରାମର୍ଶ ଦେଇଥିଲେ l ଅନ୍ଯତମ ଅତିଥି ଭାବେ ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରକୃତିବନ୍ଧୁ ପ୍ରଦୀପ କୁମାର ବେହେରା ଅଂଶଗ୍ରହଣ କରି ରାଷ୍ଟ୍ର ର ସୁରକ୍ଷା ପାଇଁ ସେନା ବାହିନୀ ସହିତ ବୃକ୍ଷର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ l ପ୍ରକୃତିବନ୍ଧୁ ମୀନକେତନ ସାହୁ ଘେଁସ ହାଇସ୍କୁଲ ଶିକ୍ଷକତା ସମୟରେ ଦେହତ୍ୟାଗ କରିଥିବା ସ୍ଵର୍ଗତଃ ଦୁଃଶାସନ ସେନାପତି ଓ ସ୍ଵର୍ଗତଃ କେଶବଲାଲ ସାହୁ ସ୍ମୃତି ଉଦ୍ଦେଶ୍ୟରେ ରୋପଣ ପାଇଁ ଦୁଇଟି ଅଶୋକ ଚାରା ପ୍ରଧାନ ଶିକ୍ଷକ ଙ୍କୁ ପ୍ରଦାନ କରିଥିଲେ ଏବଂ ଏହା ସହିତ ଶିକ୍ଷକ ତେଜରାଜ ପାଣ୍ଡେଙ୍କୁ ତାଙ୍କର ଜନ୍ମ ଦିନ ଉପଲକ୍ଷେ ଏକ ଅଶୋକ ଚାରା ପ୍ରଦାନ କରିଥିଲେ l ଶିକ୍ଷକ ଶିକ୍ଷୟିତ୍ରୀ ଅମିତ ପଧାନ, ପ୍ରଶାନ୍ତ ପଧାନ, ଗୀତାଞ୍ଜଳି ଗଡତିଆ, କାମିନି ରାଉତ, ଦୀପାଳୀ ଲୁହା, ସୁକେଶୀ ସାହୁ, ସ୍ନିଗ୍ଧା ବେହେରା, ନିରୂପମା ଭୋଇ ,ସୁଜାତା ସାହୁ, ମାଣିକ ସାହୁ, ଉମାକାନ୍ତି ମେହେର ସହ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସକ୍ରୀୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ l ବିଜ୍ଞାନ ଶିକ୍ଷକ ପ୍ରକୃତିବନ୍ଧୁ ଲକ୍ଷ୍ମୀନାରାୟଣ ସାହା ସଭା ପରିଚାଳନା କରି ଥିବା ବେଳେ ସହକାରୀ ଶିକ୍ଷକ ତେଜରାଜ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!