Saturday, March 7, 2026
Homeଅଘଟଣଘେଁସାଲି ନଦୀରେ ନମ୍ବର ବିହୀନ ଟାଟା ୪୦୭ ଗାଡି ଦୁର୍ଘଟଣା ଗ୍ରସ୍ତ।

ଘେଁସାଲି ନଦୀରେ ନମ୍ବର ବିହୀନ ଟାଟା ୪୦୭ ଗାଡି ଦୁର୍ଘଟଣା ଗ୍ରସ୍ତ।

ଦୁର୍ଘଟଣାକୁ ୨୪ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସର ଦେଖା ନାହିଁ !

ପଦ୍ମପୁର-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଗୁଦେରପାଲି ଘେଁସାଲି ନଦୀରେ ଶନିବାର ବିଳମ୍ବିତ ରାତିରେ ବିଜେପୁର ପଟରୁ ପଦ୍ମପୁର ପଟକୁ ଆସୁଥିବା ଏକ ନମ୍ବର ବିହୀନ ଟାଟା ୪୦୭ ଡାଲା ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇ ପଡ଼ିରହିଛି। ଘଟଣା ଘଟିବା ପରେ ଅତି ଚାଲାକିର ସହ ଘଟଣା ଘଟାଇଥିବା ସଂପୃକ୍ତ ବ୍ଯକ୍ତି ଦୁର୍ଘଟଣା ଗ୍ରସ୍ତ ଗାଡିର ଆଗ ଏବଂ ପଛ ପଟ ନମ୍ବର ପ୍ଳେଟକୁ ଖୋଲି ଦେଇଥିବା ଅନୁମାନ କରାଯାଉଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ଘଟଣା ଘଟିବାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ମେଲଛାମୁଣ୍ଡା ପୋଲିସର ଦେଖା ଦର୍ଶନ ନାହିଁ। ଏହି ଘଟଣାକୁ ଦୃଷ୍ଟିରେ ରଖି ମେଲଛାମୁଣ୍ଡା ପୁଲିସର କାର୍ଯ୍ୟକଳାପରେ ଜନ ଅସନ୍ତୋଷ ଦାନା ବାନ୍ଧୁଛି।

error: Content is protected !!