Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଘୁଚେଘର ଗାଁରେ ଅକ୍ଷୟ ତୃତୀୟା ପର୍ବ ପାଳନ ।

ଘୁଚେଘର ଗାଁରେ ଅକ୍ଷୟ ତୃତୀୟା ପର୍ବ ପାଳନ ।

ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁ ଗ୍ରାମପଞ୍ଚାୟତ ଘୁଚେଘର ଗ୍ରାମ ଠାରେ ଜୟକିଶାନ ଆନ୍ଦୋଳନ ପାଇକମାଳ ବ୍ଲକ ତରଫରୁ ମହା ଆଡ଼ମ୍ବରରେ ଗାଁ ଗୌନ୍ତିଆ ହେମନ୍ତଲତା କଲାରୀଙ୍କ ଘରୁ ଶୁଭ ଭାର ବାହାରିଥିଲା । ଏଥିରେ ଶତାଧିକ ମହିଳା ପୁରୁଷ ସଂକୀର୍ତ୍ତନ ଗାନରେ ନାଚି ନାଚି ଗାଁ ମହାଦେବ ମନ୍ଦିର ଠାରେ ଥିବା ଗାଁ ଗୋନ୍ତିଆଙ୍କୁ ଚାଷଜମିରେ ପହଞ୍ଚିଥିଲେ। ସେଠାର ଗାଁ ପୁରୋହିତ ମାଁ ମାଠିକୁ ପୂଜା କରି ଅକ୍ଷିମୁଠି ବୁଣାଯାଇ ଏବଂ ଗାଁ ସଭାପତି ସୁରେନ୍ଦ୍ର କଲାରି ସଭାକାର୍ଯ୍ୟ ତୁଲାଇଥିଲେ। ସଭାରେ ଛେତଗାଁ ସରପଞ୍ଚ ବନିତା ମହାନନ୍ଦ ମାଁ ମାଟିର କିପରି ସୁରକ୍ଷା କରାଯିବ ତା ଉପରେ ଗଭୀର ଆଲୋକପାତ କରି ମାଆମାନେ କିପରି ଗାଁର ଉନ୍ନତୀ ସଙ୍ଗେ ସଙ୍ଗେ ଦେଶର ଉନ୍ନତୀ ହୋଇପାରିବ ତା ଉପରେ କହିଥିଲେ।

ପାଇକମାଳ ବ୍ଲକ ଜୟକିଷାନ ଆନ୍ଦୋଳନ ସଭାପତି ବିଶ୍ୱନାଥ ରଣା ଅକ୍ଷିମୁଠି ଅନୁକୂଳ ବିଷୟରେ ଏବଂ ଋଣ ମୁକ୍ତ ଚାଷ ଓ ବିଷମୁକ୍ତ ଖାଦ୍ୟ ଉପରେ ଆଲୋକପାତ କରିଥିଲେ। ରାହାସ ବିହାରୀ ସାହୁ ଅକ୍ଷିମୁଠି କିପରି ପ୍ରତ୍ୟେକ ଗାଁରେ ପାଳନ କରାଯାଇ ପାରିବ ତା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଳକୃଷ୍ଣ ବନଛୋର୍, ରାଜୁ ମହାନନ୍ଦ, ଗୁପ୍ତେଶ୍ୱର ପଟେଲ, ଗିରିଧାରୀ କଳରି, କ୍ଷ୍ୟମାନିଧି କଲାରୀ, ସନ୍ତୋଷ ପଟେଲ ନିଜ ଜିନ ବକ୍ତବ୍ୟ ରଖିଥିଲେ ଏବଂ ଶେଷରେ ଗ୍ରାମ ସମ୍ପାଦକ କିଶୋର ପଟେଲ ସମସ୍ତଙ୍କୁ ଧନ୍ୟବାଦ ପୂର୍ବକ ସଭାକାର୍ଯ୍ୟ କରିଥିଲେ ।

error: Content is protected !!