Sunday, May 25, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଘାଏ ଦେଖତ କଳାପଟା କୁଟୁମ ପକ୍ଷରୁ କବିତା ଆସର ।

ଘାଏ ଦେଖତ କଳାପଟା କୁଟୁମ ପକ୍ଷରୁ କବିତା ଆସର ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ମହାବିଦ୍ୟାଳୟ ଠାରେ ଘାଏ ଦେଖତ କଲାପଟା କୁଟୁମ ପକ୍ଷରୁ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ନିକଟରେ ଇହଧାମ ତ୍ୟାଗ କରିଥିବା ବିଶିଷ୍ଟ କବି ବୃନ୍ଦାବନ ସାହୁ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସଭା ର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ଉପ ସଭାପତି ସମାଜ ସେବୀ ରଞ୍ଜନ ପଣ୍ଡା, କ୍ରାନ୍ତିକବି ହରିଲାଲ ସାହୁ, ତହଁକ କୁଟୁମ ସମ୍ପାଦକ ରାଜେଶ ଦଣ୍ଡସେନା ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ।

ବ୍ୟଙ୍ଗ କବି ଅର୍ଜୁନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ଏବଂ ସଂପାଦକ ବୈରାଗୀ ସାହୁ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଦିଲିପ କୁମାର ମିଶ୍ରଙ୍କ ସଂଯୋଜନାରେ ଏକ କବିତା ଆସର ହୋଇଥିଲା ଏହି ଅବସରରେ ଶିକ୍ଷାବିତ ରବିନ୍ଦ୍ର ପଣ୍ଡା, ଉତ୍କଳ ପାଠୀ ମନୋରଞ୍ଜନ ପଧାନ, ପ୍ରମୋଦ କୁମାର କଲେତ, ଅଶେଷ କୁ ଦାସ, ଜୟନ୍ତ ସାହୁ , ସୁମନ୍ତ ସାହୁ, ଅନନ୍ତ ମେହେର, ଶ୍ରୀୟାକାନ୍ତ ଦାଶ ଯଦୁମଣି ସାହୁ, ରସିକ ବେହେରା, ଗିରିଶ ଚନ୍ଦ୍ର ପାତ୍ର, କୁମରମଣି ସାହୁ ପ୍ରମୁଖ କବିତା ପାଠ କରିଥିଲେ। ପରିଶେଷରେ କବି ପୁସ୍ତମ ଜୁଆଡି ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!