ପଦ୍ମପୁର-ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଶିଶୁ ବାଟିକା ବିଭାଗର ନୂତନ ଶିକ୍ଷାବର୍ଷ ପାଇଁ ଘର ହିଁ ବିଦ୍ୟାଳୟ ଦ୍ଵିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷା ବିକାଶ ସମିତି କେନ୍ଦ୍ରୀୟ ଟୋଲି ସଦସ୍ୟ ତଥା RSS ଜିଲ୍ଲା ସଂପର୍କ ପ୍ରମୁଖ ଶ୍ରୀ ସୁବାଷ ସାହୁ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ବୟସ ଅନୁସାର ଶିଶୁ ର ମାନସିକ ଓ ଶାରୀରିକ ଆବଶ୍ୟକତା ଏବଂ ଅବାଞ୍ଛନୀୟ ଅଭ୍ୟାସ ବିଷୟରେ ଉପସ୍ଥିତ ମାତା ପିତା ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଆଚାର୍ଯ୍ୟ ଶ୍ରୀଯୁକ୍ତ ଦୀନବନ୍ଧୁ ଦେହେରୀ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ସଂକୁଳ ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ କରିଥିଲେ। ଯାମିନୀ ଗୁରୁମା ସଂଯୋଜନା କରିଥିବା ବେଳେ ଶିଶୁ ବାଟିକା ବିଭାଗର ଗୁରୁଜୀ ଗୁରୁମା ଙ୍କ ଦ୍ୱାରା ପ୍ରାୟଗିକ କାଳାଂଶ ରେ ମନ୍ଦ ଅଭ୍ୟାସ ଓ ଭଲ ଅଭ୍ୟାସ କରାଯାଇଥିଲା । ଘର ତିଆରି ୭୩ ପ୍ରକାର ପୁଷ୍ଟିକର ବିଭିନ୍ନ ପ୍ରକାର ଖାଦ୍ୟ ର ପ୍ରଦର୍ଶନୀ ହୋଇଥିଲା ।ଶେଷରେ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ୫୨ ଜଣ ନୂତନ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ । ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।