Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଘର ଘର ବୁଲି ପିଲାଙ୍କ ପାଠପଢା ତଦାରଖ କରୁଛନ୍ତି ଧନକଉଡ଼ା ଗୋଷ୍ଠୀ ଶିକ୍ଷାଅଧିକାରୀ ।

ଘର ଘର ବୁଲି ପିଲାଙ୍କ ପାଠପଢା ତଦାରଖ କରୁଛନ୍ତି ଧନକଉଡ଼ା ଗୋଷ୍ଠୀ ଶିକ୍ଷାଅଧିକାରୀ ।

ସମ୍ବଲପୁର – ପିଲା ମାନେ ଗ୍ରୀଷ୍ମାବକାଶ ରେ କରିବା ପାଇଁ ଗୃହ କାର୍ଯ୍ୟ କରୁଛନ୍ତି କି ନାହିଁ ତାହାକୁ ପ୍ରତିଦିନ ନିଜେ ତଦାରଖ କରୁଛନ୍ତି ଧନକାଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବଶ୍ରୀ ଭୋଇ। ସେହି ଶୃଙ୍ଖଳାକୁ ବଜାୟ ରଖି ଗତକାଲି ସେ ଚୌରପୁର ଅନ୍ତର୍ଗତ ନୂଆ ଝାକରପାଲି ପହଂଚିଥିଲେ । ପିଲା ମାନ କିପରି ଅବସର ସମୟ ର ସଦୁପଯୋଗ କରିବେ ପିତା ମାତା ଙ୍କ ସହ ଆଲୋଚନା କରଥିଲେ। ତାଙ୍କ ସହିତ ସି ଆର ସି ସି ରାଧେଶ୍ୟାମ ରଣା ମଧ୍ୟ ଉପସ୍ଥିତ ଥିଲେ। ଆଜି ଶ୍ରୀମତୀ ଭୋଇ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସଂଯୁକ୍ତା ସାହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବରାଇପାଳି ଯାଇଥିଲେ।ସି ଆର ସି ସି ଶ୍ରୀମତୀ ସ୍ମୃତିରେଖା ରାଉଳ ମଧ୍ୟ ସହାୟତା କରିଥିଲେ। ପିଲା ମାନଙ୍କ ପାଖରେ ପହଂଚି ସେମାନେ ଗୃହକାର୍ଯ୍ୟ କରିଥିବାର ଦେଖି ଶ୍ରୀମତୀ ଭୋଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଖରା ଛୁଟି ରେ ଶିକ୍ଷକ ମାନଙ୍କର ଏହି ସ୍ୱତସ୍ପୁର୍ତ୍ତ ପରିଶ୍ରମ ପାଇଁ ଅଭିଭାବକ ମାନେ କୃତଜ୍ଞତା ଜ୍ଞ୍ୟାପନ କରିଥିଲେ ।

error: Content is protected !!