ପଦ୍ମପୁର-ଘନାମାଲ ରେ ଅଷ୍ଟମ ରାତ୍ରିକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ସଦସ୍ୟା ପୂର୍ଣିମା ରଣା ଓ ସମିତି ସଭ୍ୟ ଅମିଲାଲ୍ ଭୁଏ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ୍ କେରମେଲି ଓ ବବଜା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିଣି ପ୍ରଥମେ ପ୍ରଥମେ କେରମେଲି ଦଳ ୪ ଓଭରରେ ୨ ବିନିମୟରେ ୫୦ ରନ୍ ସଂଗ୍ରହ କରି ଥିବା ବେଳେ ନିର୍ଦ୍ଧାରିତ ୪ ଓଭରରେ ୪ ୱିକେଟ୍ ହରାଇ ୩୫ ରନ୍ ସଂଗ୍ରହ କରି ବବଜା ଦଳ ପରାଜିତ ହୋଇଥିଲା।

ଏହି ଟୁର୍ଣ୍ଣାମେଣ୍ଟରେ ୨୪ ଗୋଟି ଦଳ ଅଂଶ ଗ୍ରହଣ କରୁଥିବା ବେଳେ ବିଜେତା ଦଳ ପାଇଁ ନଗଦ ରାଶି ୧୧୦୦୦ ଟଙ୍କା ସହ ଟ୍ରଫି ଓ ଉପ ବିଜେତା ଦଳ ପାଇଁ ନଗଦ ୭୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ଲବ ସମ୍ପାଦକ ମୀନକେତନ ବିଶ୍ଵାଳ ସୂଚନା ଦେଇଛନ୍ତି। ସଭାପତି ଜିତେନ୍ଦ୍ର ପ୍ରଧାନ ,ଅନିରୁଦ୍ଧ ରଣା, ସୁରେନ୍ଦ୍ର କୁମାର ସାହୁ, ଜୀବର୍ଦ୍ଧନ ବେହେରା , ରାମକୃଷ୍ଣ ବାରିକ ,ସତ୍ୟ କୁମାର ବେହେରା ପରିଚାଳନା କରିଥିବା ବେଳେ ଦିଲ୍ଲୀପ ପଧାନ ,ବାବୁଲୁ ବେହେରା , ନବୀନ ନାଏକ୍ , ସୁନା ସାହୁ ,ଅର୍ଜୁନ ବାରିକ ,ପ୍ରଫୁଲ୍ଲ ବରିହା , ଏବଂ ଷ୍ଟାର୍ ପ୍ଲସ୍ କ୍ରିକେଟ କ୍ଲବର ସମସ୍ତ ସହଯୋଗ କରିଥିଲେ।


