Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଗ୍ରୀଷ୍ମ କାଳୀନ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କାଯ୍ୟକ୍ରମ ଅନୁଷ୍ଠିତ।

ଗ୍ରୀଷ୍ମ କାଳୀନ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କାଯ୍ୟକ୍ରମ ଅନୁଷ୍ଠିତ।

ବରପାଲି-ବରପାଲି ବ୍ଲକ ତେଜଙ୍ଗ କ୍ଲଷ୍ଟର ରକ୍ସା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଗ୍ରୀଷ୍ମ କାଳୀନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ଲଷ୍ଟର ଅର୍ନ୍ତଗତ ବିଭିନ୍ନ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ତଥା ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ସତ୍ୟବ୍ରତ ତ୍ରିପାଠୀ ସ୍ୱାଗତ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ |

ତେଜଙ୍ଗ କ୍ଲଷ୍ଟର ସି ଆର ସି ସି ସଞ୍ଜୟ ସାହୁଙ୍କ ସଭାପତିତ୍ୱରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ଯକ୍ରମର ଉଦଘାଟନ ଅବସରରେ ଶିକ୍ଷଣ ସାମଗ୍ରୀ ସମ୍ବନ୍ଧରେ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସହ ଶ୍ରେଣୀ ଗୃହ କିପରି ବ୍ୟବହାର କରିବେ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସଠିକ ମାର୍ଗଦର୍ଶନ ପ୍ରଦାନ କରିଥିଲେ |

ବ୍ଲକ ଶିକ୍ଷା କାର୍ଯ୍ଯାଳୟଜୟକିଷାନ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିଶୁ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷକ ମାନେ ଉତ୍ସଗିକୃତ ମନୋଭାବ ଗ୍ରହଣ କରି ନିଜ ମନୋବଳକୁ ସୁଦୃଢ କରି କାର୍ଯ୍ଯଶୈଳି ଉପରେ ଗୁରୁତ୍ପ ଦେବାକୁ ଆହ୍ବାନ ଦେଇଥିଲେ। ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସରଧାପାଲି ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଲିଙ୍ଗରାଜ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ |

error: Content is protected !!