Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗ୍ରିଣ୍ତୋଲାରେ ସହିଦ ବୀର ବିର୍ସା ମୁଣ୍ତା ଜୟନ୍ତୀ ।

ଗ୍ରିଣ୍ତୋଲାରେ ସହିଦ ବୀର ବିର୍ସା ମୁଣ୍ତା ଜୟନ୍ତୀ ।

ବରପାଲି-ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ପକ୍ଷରୁ ବରପାଲି ବ୍ଲକ ଗ୍ରୀଣ୍ଡୋଲା କଲ୍ୟାଣ ମଣ୍ଡପ ପରିସରରେ ସହୀଦ ବୀର ବୀର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ମୂଖ୍ୟଅତିଥି ଭାବରେ ସଂଘ ପ୍ରତିଷ୍ଠାତା ଗୋବର୍ଦ୍ଧନ ଭୋଏ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ମହାସଂଘ ଜିଲ୍ଲା ସଭାପତି ଗୋବିନ୍ଦ ବରିହାଙ୍କ ସଭାପତିତ୍ବରେ ସଭା ପରିଚାଳିତ ହୋଇଥିଲା।

ଜିଲ୍ଲା ସମ୍ପାଦକ ତ୍ରିଲୋଚନ ଭୁଏ ସ୍ବାଗତ ସହ ପରିଚୟ ପ୍ରଦାନ କରିଥିଲେ।ବରପାଲି ବ୍ଲକ ସଭାପତି ଧର୍ମରାଜ ସିଂ ବରିହାଙ୍କ ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ସଶିଭୁଷଣ ବରିହା , ସଞ୍ଜୟ ଜରଜରିଆ , ବେଣୁଧର ଭୋଇ ,ପୂର୍ଣ୍ଣଚନ୍ଦ୍ର ଝାଙ୍କର , ସ୍ବେଛାସେବୀ ରଘୁନାଥ ପଧାନ ଏବଂ ଏସସି ଓ

ଏସଟି ମିଲିତ ମଞ୍ଚର ବ୍ଲକ ସଭାପତି ସୁଦର୍ଶନ ସୁନା , ସଂପାଦକ ବାଲକିଶୋର ଛତର , ନାରୀ ନେତ୍ରୀ ଭୁମୀସୁତା ବରିହା ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଅତିଥି ମାନେ ବିର୍ସାଙ୍କ ଉତ୍ସର୍ଗିକୃତ ଅବଦାନ,ତ୍ଯାଗ,ମାନବିୟ ଗୁଣ ଉପରେ ଆଲୋଚନା ମାନ କରିଥିଲେ। ଉତ୍ସବରେ ବହୁ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ।

error: Content is protected !!