ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ସୁବର୍ଣ୍ଣପୁର ସଦର ମହକୁମା ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାର ସମସ୍ତ ବ୍ଲକ ର ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଅକ୍ରୁର ନାଏକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ମାନଙ୍କ ବିଭିନ୍ନ ପ୍ରକାର ହେଉଥିବା ଅସୁବିଧା, ସୁବିଧା ଉପରେ ଆଲୋଚନା କରାଯାଇଥିଲା l ବର୍ତମାନ ସରକାର ଙ୍କ ତରଫରୁ ଆୟକର ଦାଖଲ କରୁଥିବା ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଙ୍କ ପରିବାର ର ସମସ୍ତ ସଦସ୍ୟ ଙ୍କ ରାସନ କାର୍ଡ ସମର୍ପଣ କରିବାକୁ ଚିଠା ଯୋଗାଣ ସହାୟକ ମାନଙ୍କ ପାଖକୁ ଆସିଚି l ଯେହେତୁ ବ୍ୟାଙ୍କ ମାସକୁ TDS କାଟୁଛି ଆମ ଟଙ୍କା ଫେରସ୍ତ ପାଇଁ ଆୟକର ରିଟର୍ନ ଫାଇଲ କରୁଛୁ l
![](https://jagrataprahari.com/wp-content/uploads/2024/11/IMG-20241105-WA0259-1024x512.jpg)
ଆମେ ବିଭିନ୍ନ କମ୍ପାନୀ ତରଫରୁ ନିୟୋଜିତ ଓ କମିଶନ ମାଧ୍ୟମରେ କାମ କରୁଛୁ ଓ ଆଶାନୁରୂପ ଆୟ ମଧ୍ୟ ହେଉ ନାହିଁ l ଇଣୁ ଆଜି ଜିଲ୍ଲା ର ସମସ୍ତ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଏକତ୍ରିତ ହୋଇ ରାସନ କାର୍ଡ ରୁ ଉଛେଦ ନଁ କରିବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଗଲା l ଏଥିରେ ସରୋଜ ପଧାନ,ନରେନ୍ଦ୍ର ଭୋଇ, ସଞ୍ଜୟ ସାହୁ,ପ୍ରଶାନ୍ତ ପଣ୍ଡା, ସର୍ଜନ ପୁଟେଲ,ଉତ୍ତର ମେଣ୍ଡିଲି, ଶୈଳେନ୍ଦ୍ର ପାଢ଼ୀ, କେଶବ ପୁରୋହିତ ପ୍ରମୁଖ ସହଯୋଗ କରିଥିବା ବେଳେ ବିକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
![](https://jagrataprahari.com/wp-content/uploads/2024/10/Rahaul-3x5-copy-1024x614.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)