Saturday, March 7, 2026
Homeରାଜ୍ୟଗ୍ରାମ ସଫେଇକରି ସଚେତନତା ବାର୍ତ୍ତା ଦେଲେ ଗ୍ରାମବାସୀ ।

ଗ୍ରାମ ସଫେଇକରି ସଚେତନତା ବାର୍ତ୍ତା ଦେଲେ ଗ୍ରାମବାସୀ ।

ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବରିକେଲ ପଂଚାୟତ ଫଟାମୁଣ୍ଡା ଗାଁରେ ଆସନ୍ତା ୨୬ ତାରିଖ ରବିବାର ହେବାକୁ ଥିବା ଟିହିଲି ଉଛବ ୨୦୨୫ ଉପଲକ୍ଷେ ଆମ୍ବେଦକର ଯୁବକ ସଂଘ ଫଟାମୁଣ୍ଡା ଓ ମା ଗଣାଘାଟେନ ସ୍ୱୟଂ ସହାୟକ ଗୋଷ୍ଠୀ ମିଳିତ ଉଦ୍ୟମରେ ଗାଁ ସଫେଇ ହୋଯାଇଛି । ଆଲୋକର ପର୍ବ ଦୀପାବଳି ଆଜି ଥିବା ବେଳେ ଗାଁ ପରିବେଶ କୁ ସ୍ୱଚ୍ଛ ସୁନ୍ଦର କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । କ୍ଳବର ସଭାପତି ଗୋପବନ୍ଧୁ ଶିକାଙ୍କ ନେତୃତ୍ୱରେ ଆଜି ସକାଳୁ ଆମ୍ବେଦକର ଯୁବକ ସଂଘ ଫଟାମୁଣ୍ଡା ଓ ମା ଗଣାଘାଟେନ ସ୍ୱୟଂ ସହାୟକ ଗୋଷ୍ଠୀ ମିଶି ଗାଁ ସମସ୍ତ ନଳକୂପ,ଗାଁ ର ସମସ୍ତ ପଡ଼ା, ଗାଁର ସବୁଆଡେ ସଫା ସୁତୁରା କରିଥିଲେ ।ଏହି ସଫେଇ କାର୍ଯ୍ୟକ୍ରମ କୁ ଗାଁ ରେ ସମସ୍ତେ ବେଶ ପ୍ରଶଂଶା କରିଥିଲେ । ଏହି ସଫେଇ କାର୍ଯ୍ୟକ୍ରମ ରେ ଯୁବକ ସଂଘର ରଜନୀ ସୁନା, ରଙ୍ଗାଧର ସୁନା, ରାଜେଶ ମହାନନ୍ଦ, ସନ୍ତୋଷ ବାରିକ, ପପୁ, ଶିବା, ପଦ୍ମନ ନାରଦ, ଶଶୀ, ରଂଜନ, ହିମାଞ୍ଚଲ, ଦୁଃଶାସନ, ଅଜୁ, ରାଜୁ, ସହଯୋଗରେ ସମସ୍ତ ସଫେଇ କାର୍ଯ୍ୟକ୍ରମ ହୋଇଥିଲା ।

error: Content is protected !!