ଗାଇସିଲେଟ-ସୋମବାର ଗାଇସିଲେଟ ବ୍ଲକ୍ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ପରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟେଲ୍ ବିଜେପୁର ପଦ୍ମପୁର ଭାୟା ଗୁଦେରପାଲି ରାସ୍ତାରେ ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟାର ଗ୍ରାଉଣ୍ଡ ଜିରୋକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।ପ୍ରଥମେ ତେଳମହୁଲ ଠାରେ ଥିବା ରାସ୍ତାର ବୁଲାଣି ଯେଉଁଟାକି ଦୀର୍ଘ ଦୁଇବର୍ଷ ହେବ ବରଗଡ଼ ଜିଲ୍ଲାର ଦୁର୍ଘଟଣାର ହବ ପାଲଟି ଲୋକଲୋଚନରେ ରହିଆସିଛି,ସେହି ସ୍ଥାନକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।ପରେ ବେଳମୁଣ୍ଡା ଠାରେ ରୟତି ଜମି ହେତୁ ରାସ୍ତା ନିର୍ମାଣ କାମ ହୋଇ ପାରୁନଥିବା ଅଂଶ କୁ ଦେଖିଥିଲେ।ସେହିପରି ଗୁଦେରପାଲି ବସଷ୍ଟାଣ୍ଡର ରାସ୍ତା କଡ଼ରେ ଏକ ମାସ ହେବ କଟା ହୋଇ ପଡିରହିଥିବା ବିରାଟ ଲିମ୍ୱ ଗଛକୁ ହଟାଇବା ପାଇଁ ଓବିସିସି କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ।

ଶେଷରେ ନୂତନ ଭାବରେ ନିର୍ମାଣ ହେଉଥିବା ଗୁଦେରପାଲି ଘେଁସାଳି ନଦୀ ବ୍ରିଜର ଉଭୟ ପଟକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ କାମ ସାରିବା ପାଇଁ ନିର୍ମାଣଧିନ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ସହିତ,ପୂର୍ତ୍ତବିଭାଗର ଅଧିକାରୀ ଏବଂ ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ(ଓବିସିସି) କମ୍ପାନୀର କର୍ମକର୍ତ୍ତା ଉପସ୍ଥିତ ଥିଲେ।ଚାଷୀନେତା କିଶୋର ଚନ୍ଦ୍ର ଦେବତା ଙ୍କ ଅଭିଯୋଗରେ ଏହି କାର୍ଯ୍ୟକ୍ରମ ହୋଇ ଥିବା ବେଳେ ମୁକେଶ ମୁରାରୀ କେଡିଆ ଓ ଜାମୁଟପାଲି ଗାଁର ଗୌନ୍ତିଆ ଶୁକ୍ରୁ ମାଝୀ ଉପସ୍ଥିତ ଥିଲେ ।


