ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମ ଠାରେ ଗୌଣ୍ଡୱାନା ଗୌଣ୍ଡ ସମାଜ ପୁରେନା ସର୍କଳର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍କଲ ସଭାପତି ଶୁକଦେବ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ଉପ ସଭାପତି ଦୁର୍ଯୋଧନ ପୁଟା ପରିଚାଳନା କରିଥିଲେ। ସର୍ବପ୍ରଥମେ ସମାଜର ଆରାଧ୍ୟ ଦେବତା ବୁଢ଼ାଦେଓଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ପ୍ରାରମ୍ଭିକ ସଙ୍ଗୀତ ସୁନୀତା ଧରୁଆ,ଲିସା ଦିୱାନ୍ ଓ ନିତା ମାଝୀଙ୍କ ଦ୍ଵାରା ଗାନ କରାଯାଇଥିଲା। ସମାଜର ସଂପାଦକ ସୁବ୍ରତ ଦିୱାନ୍ ବାର୍ଷିକ ବିବରଣୀ ପଠନ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

ବୈଠକରେ ସମାଜର ପରିବାର ଲୋକଙ୍କ ମାନଙ୍କ ଉନ୍ନତି ନିମନ୍ତେ ଶିକ୍ଷା,ସ୍ବାସ୍ଥ୍ୟ,ବିବାହ ପ୍ରଥା,ନିଶାନିବାରଣ ଉପରେ ଗୁରୁତ୍ୱାରୋପ କରାଯାଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ସମାଜରେ ଦେଖାଦେଇଥିବା ପୁଅ ଝିଅ ଉପରେ ବିବାହ ପ୍ରଥା ନେଇ ବିଶେଷ ଭାବେ ଆଲୋଚନା କରାଯାଇ ଅତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ବ୍ଲକ ସଭାପତି ଗଜରାଜ ସିଂ ପୁଟା, ଉପସଭାପତି ଜଗନ୍ନାଥ ପୁଟା, ସଂପାଦକ କ୍ଷିତରାଜ ଗାଏତା,ଟେଙ୍ଗୁନୁ ଧରୁଆ,ବିଭୀଷଣ ଦିୱାନ,ଭୋଜରାମ ଧରୁଆ,ଗୌରେସନ ଧରୁଆ,ଧନେଶ୍ଵର ଭୋଏ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ପୁରେନା ସର୍କଲ ପରିଚାଳନା କମିଟି ଗଠନ କରାଯାଇ ସର୍ବସମ୍ମତି କ୍ରମେ ସଭାପତି ଭାବେ ଦୁର୍ଯୋଧନ ପୁଟା,ଉପ ସଭାପତି ସୁଫଳ ସିଂ ଧରୁଆ,ସଂପାଦକ ବିଜୟ ସିଂ ଭୁଏ ଙ୍କୁ ମନୋନୀତ କରାଯାଇଥିଲା। ଏହି ବୈଠକରେ ମହିଳା ସଂଘ ସଭାପତି ସୂର୍ଯ୍ୟ ଧରୁଆ,ସଂପାଦକ କାଞ୍ଚନ ନେତାମ,କୌଶଲ୍ୟା ଧରୁଆ,ଯମୁନା ଦାଉ ସୁରତି ଧରୁଆ,ଆନନ୍ଦ ପୁଟା,ଗୌରେସନ ଦାଉ,ରାମ ଦାସ ଭୁଏ,ଶୁକଲାଲ ଦାଉ, ଜୟଲାଲ ମରେଇ,ତୁଲେଶ୍ୱର ନେତାମ, ଗୋବର୍ଦ୍ଧନ ପୁଟା,ମୋତିଲାଲ ଧରୁଆ, ଦୟାନନ୍ଦ ମାଝୀ,ସୁବାଷ ଦାଉ,କୀର୍ତ୍ତନ ଦାଉ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ସମାଜର ବରିଷ୍ଠ କର୍ମକର୍ତ୍ତା ରୁକ୍ମଣ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ।

