Monday, April 14, 2025
spot_imgspot_imgspot_img
Homeରାଜ୍ୟଗୋଷ୍ଠୀ ଜଙ୍ଗଲର ପରିଚାଳନା କମିଟି ଗଠିତ।

ଗୋଷ୍ଠୀ ଜଙ୍ଗଲର ପରିଚାଳନା କମିଟି ଗଠିତ।

ପଦ୍ମପୁର-ବରଗଡ଼ ଜିଲ୍ଲା ରାଜବୋରାସମ୍ବର ବ୍ଲକ ବୁଡେନ୍ ଗ୍ରାମ ପଞ୍ଚାୟତର ବରଦାପାଳି ଗ୍ରାମରେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ଶିରୋନାମା ପାଇଥିବା ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ସକାଶେ ଏକ କମିଟି ଗଠନ ପାଇଁ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜବୋରାସମ୍ବର ବ୍ଲକ ଅଧ୍ୟକ୍ଷ, ସମ୍ମାନିତ ଅତିଥି ଭାବେ ବୁଡେନ୍ ଗ୍ରାମ ପଞ୍ଚାୟତ ସରପଞ୍ଚ ନାରାୟଣ ମେହେର, ମୁଖ୍ୟ ବକ୍ତା ଭାବେ ଜଙ୍ଗଲ ସମ୍ବଳ ଅଧିକାର କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ବ୍ୟାସଦେବ ବାରିକ ଯୋଗ ଦେଇଥିବା ବେଳେ ଜଙ୍ଗଲ ସମ୍ବଳ ଅଧିକାର କାର୍ଯ୍ୟକ୍ରମର ପଦ୍ମପୁର ବ୍ଲକ ସଂଯୋଜକ ଫକୀର ରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଗ୍ରାମସଭାରେ ଏକ ମଜବୁତ୍ ତଥା ସଶକ୍ତ ଜଙ୍ଗଲ ସମ୍ବଳ ପରିଚାଳନା କମିଟି ଗଠିତ ହେବା ସହ ଶିରୋନାମା ପାଇଥିବା ବଖିଲି ଜଙ୍ଗଲକୁ ବାଜା ସହ ଶୋଭାଯାତ୍ରାରେ ଯାଇ ପ୍ରବେଶ କରିବା ସହ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସଙ୍କୀର୍ତ୍ତନ ମଲ୍ଲିକ, ତପନ ବରିହା, ତେଜମଣି ସାହୁ, ଦୟାନନ୍ଦ ସାହୁ, ତ୍ରିନାଥ ସାହୁ, ଗୋବର୍ଦ୍ଧନ ଭଏଁସା, ଅରବିନ୍ଦ ଶବର, ଚୈତନ୍ୟ ବରିହା ପ୍ରମୁଖ ସହଯୋଗ କରିଥିଲେ ।

error: Content is protected !!