Saturday, March 7, 2026
Homeରାଜ୍ୟଗୋଲିଆରେ ମଣ୍ଡି ସମ୍ପର୍କିତ ଚାଷୀ ସଚେତନତା ଶିବିର ।

ଗୋଲିଆରେ ମଣ୍ଡି ସମ୍ପର୍କିତ ଚାଷୀ ସଚେତନତା ଶିବିର ।

ବୁଗୁଡା(ସୋରେନ କୁମାର ପ୍ରଧାନ)-ଗୋଲିଆ ସେବା ସମବାୟ ସମିତି ପକ୍ଷରୁ ଗୋଲିଆ ଗ୍ରାମସ୍ଥ ଲଙ୍ଗଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଧାନ ମଣ୍ଡି ସମ୍ପର୍କିତ ଚାଷୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସେବା ସମବାୟ ସମିତି ସଭାପତି ବସନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଶିବିରରେ ବ୍ଲକ ଉପାଧକ୍ଷ ମାନସ ରଞ୍ଜନ ପ୍ରଧାନ,ମଦନ ଗୋପାଳ ଦୋରା, ରଞ୍ଜନ ରାଉତ, ସିମାଞ୍ଚଳ ଜେନା,

ସମିତି ସମ୍ପାଦକ ଶିବ ଶଙ୍କର ମହାପାତ୍ର, ବ୍ଲକ ଯୋଗାଣ ଅଧିକାରୀ ଚମ୍ପେଇ ମାରାଣ୍ଡି , ଆରଏମସି ଭଞ୍ଜନଗର ତରଫରୁ କାଳୁ ଚରଣ ବିଷୋୟୀ ପ୍ରମୁଖଙ୍କ ସମେତ ବ୍ଲକର ବିଭିନ୍ନ ସେବା ସମବାୟ ସମିତିର ସମ୍ପାଦକ ଏବଂ ଗୋଲିଆ ଗ୍ରାମର ଚାଷୀଗଣ ଯୋଗ ଦେଇଥିଲେ । ଏହି ସଚେତନତା ଶିବିର ଅବସରରେ ଉପସ୍ଥିତ ଚାଷୀମାନେ କୌଣସି ଭିତ୍ତିଭୂମି ନଥିବାରୁ ଅସ୍ଥାୟୀ ମଣ୍ଡିରେ ସେମାନେ ଧାନ ଦେବାକୁ ରୋକଠୋକ ମନା କରିଦେଇଥିଲେ । ପରିଶେଷରେ ପୂର୍ଣ୍ଣ ଚନ୍ଦ୍ର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!