Saturday, March 7, 2026
Homeଅଘଟଣଗୋପାଳ ଚନ୍ଦ୍ର ମହାନ୍ତିଙ୍କ ପରଲୋକ ।

ଗୋପାଳ ଚନ୍ଦ୍ର ମହାନ୍ତିଙ୍କ ପରଲୋକ ।

ନୂଆପଡା-ନୂଆପଡା ଜିଲ୍ଲାର ସାରାବଙ୍ଗ ଗ୍ରାମର ଗୋପାଳ ଚନ୍ଦ୍ର ମହାନ୍ତି ଛତିଶଗଡ଼ ରାଜ୍ୟର ମହାସମୁନ୍ଧ ର ଆଦିତ୍ୟ ଘରୋଇ ହସ୍ପିଟାଲରେ ‌ପରଲୋକ ହୋଇଯାଇଛି। ସେ ବ୍ରେନ୍ ହେମରେଜ ରୋଗରେ ଚିକିତ୍ସା ହେଉଥିଲେ । ଶ୍ରୀ ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ମୁତ୍ୟୁ ବେଳକୁ ତାଙ୍କୁୁ ୫୮ବର୍ଷ ହେଉଥିଲା। ତାଙ୍କ ଅନ୍ତେ ଧର୍ମପତ୍ନୀ ଅନ୍ନପୂର୍ଣ୍ଣା ମହାନ୍ତି, ପୂତ୍ର ଗଗନ ମହାନ୍ତି,ପୁତ୍ର ବଧୂ ହିନା ମହାନ୍ତି ତାଙ୍କ ଦୁଇ ଭାଇ ଯୋଗେନ୍ଦ୍ର ମହାନ୍ତି ଓ ରାଜେନ୍ଦ୍ର ମହାନ୍ତି ସମସ୍ତ ଙ୍କୁ ଛାଡି ଚାଲିଯାଇଛନ୍ତି। ସେ ଜଣେ ଭଲ ଫୁଟବଲ ଖେଳାଳୀ ଥିଲେ ।

ସେ ଜଣେ ପରୋପକାରୀ ଧାର୍ମିକ ଉଚ୍ଚଭିଲାଷୀ ସାହାସୀ ଵ୍ୟକ୍ତି ଥଲେ। ତାଙ୍କ ଅନ୍ତିମ ସଂସ୍କାରରେ ନିଜ ଗ୍ରାମ ସାରାବଙ୍ଗ ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ଆଖପାଖର ଅଞ୍ଚଳରୁ ଶତାଧିକ ଲୋକେ ସାମିଲ ହୋଇଥିଲେ। ତାଙ୍କ ବଡ ପୁଅ ଗଗନ ମହାନ୍ତି ମୁଖାଗ୍ନି ଦେଇଥିଲେ। ତାଙ୍କ ଦୁଃଖ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ବର୍ଗତ ଗୋପାଳ ଚନ୍ଦ୍ର ମହାନ୍ତି ପଦ୍ମପୁର ଉପଖଣ୍ଡ ଯୁବ ସାମ୍ବାଦିକ ନିରୋଜ କୁମାର ପାଣୀଙ୍କ ମଉସା ଅଟନ୍ତି ।

error: Content is protected !!