Saturday, March 7, 2026
Homeରାଜ୍ୟଗୋଡଭଗା ମାରଓ୍ବାଡି ଧର୍ମଶାଳାରେ ମାଗଣା ଚିକିତ୍ସା ଶିବିର।

ଗୋଡଭଗା ମାରଓ୍ବାଡି ଧର୍ମଶାଳାରେ ମାଗଣା ଚିକିତ୍ସା ଶିବିର।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଅଧିନ ଗୋଡଭଗା ମାରଓ୍ବାଡି ଧର୍ମଶାଳା ଠାରେ ଲାୟନ୍ସ କ୍ଲବ ଗୋଡଭଗା ରଏଲ ତରଫରୁ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି | ଷ୍ଟାର ହସପିଟାଲ ହାଇଦ୍ରାବାଦର ଡାକ୍ତରୀ ଟିମ ଆସି ଚିକିତ୍ସା କରିଥିଲେ | ଶିଶୁ ହୃଦରୋଗ,ରକ୍ତଶିକୁଳି ରୋଗ,ଥାଲାସେମିଆ ଓ ସମସ୍ତ ପ୍ରକାର କର୍କଟ ରୋଗର ଚିକିତ୍ସା କରାଯାଇଥିଲା |ଅଂଜନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଲାୟନ୍ସ କ୍ଲବ ଗୋଡଭଗା ରଏଲର ସଭାପତି ଡାକ୍ତର ଚିତ୍ତରଂଜନ ଜେନା,ପ୍ରଦୀପ କଣ୍ଣ ,ବିରେନ୍ଦ୍ର ଅଦାବର,ଦେବବ୍ରତ ରଥ,ସତୀଶ ଦାସ,ମନୋଜ ଶର୍ମା,ଆଶିଷ ଶର୍ମା,ପ୍ରେମରାଜ ପ୍ରଧାନ,ଶିବାନନ୍ଦ ବହିଦାର,ଦିବାକର ପ୍ରଧାନ,ବେଦବ୍ୟାସ ସେଠ,ଚିତ୍ତରଂଜନ ସାହୁ,ବାଳକୃଷ୍ଣ ସାହୁ,ଅଜୟ ବାଂକା,ସାଇ ଆନନ୍ଦ ବିଶ୍ବାଲ,ସୁଧିର କୁମାର ଦାସ,ପ୍ରଶାନ୍ତ ସାହୁ,ବ୍ରିଜେଶ ମିତ୍ତଲ ପ୍ରମୁଖ ସହଯୋଗ କରିଥିଲେ ।

error: Content is protected !!