Saturday, March 7, 2026
Homeଅଘଟଣଗୋଟିଏ ବିଭାଗର ଦୁଇ ପ୍ରକାର କାର୍ଯ୍ୟ , କିଏ କାମ କରୁଛି ତ ଆଉ କିଏ...

ଗୋଟିଏ ବିଭାଗର ଦୁଇ ପ୍ରକାର କାର୍ଯ୍ୟ , କିଏ କାମ କରୁଛି ତ ଆଉ କିଏ ଚେଇଁ ସୋଇଛି ।

ପଦ୍ମପୁର- ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ରହିଛି ତିନି ଗୋଟି ରେଂଜ । ବନ ବିଭାଗର ପଦ୍ମପୁର, ନୃସିଂହନାଥ ଓ ପାଇକମାଲ ରେଂଜ ଏହି ଅଂଚଳରେ କାମ କରୁଛି । ହେଲେ ଏହି ବନବିଭାଗର ଭିନ୍ନ ଭିନ୍ନ ରେଂଜରେ ଭିନ୍ନ ଭିନ୍ନ ନିୟମ ଦେଖିବାକୁ ମିଲୁଛି । ପଦ୍ମପୁର ରେଂଜରେ ଅଧିକାରୀ ତତ୍ପରତା ଦେଖାଇ ନିରନ୍ତର ଭାବରେ କାମ କରି ବିଭିନ୍ନ ପ୍ରକାର କାଠ ଚୋରାଚାଲାଣ ସମୟରେ ଚୋରା କାଠ ସହ ବ୍ୟବହୃତ ଗାଡି ଏବଂ କାଠ ଚାଲାଣ କାରୀ ମାନଙ୍କୁ ଗିରଫ କରି ସରକାରୀ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ହେଲେ ଅନ୍ୟ ଦୁଇ ନୃସିଂହନାଥ ଓ ପାଇକମାଲରେ ମୂଲ୍ୟବାନ ଗଛ ମାନ ଚୋରି ହେବାରେ ଲାଗିଛି ହେଲେ ବନବିଭାଗ ଅଧିକାରୀ ମାନେ କିଛି ନ ଜାଣିଲା ପରି ଚୁପ ହୋଇ ରହୁଛନ୍ତି । କେବଳ ମାତ୍ର ନିଜ କାର୍ଯ୍ୟ ସମ୍ପାଦନ କରୁଥିବା ଦେଖାଇ ପେଟ୍ରୋଲିଂ କରୁଥିବା କହୁଛନ୍ତି । ଯେହେତୁ ଗନ୍ଧମାର୍ଦ୍ଦନ ପାଦ ଦେଶରେ ଉଭୟ ରେଂଜ ରହିଛି ଗନ୍ଧମାର୍ଦ୍ଦନରୁ ବିଭିନ୍ନ ସମୟରେ ମୂଲ୍ୟବାନ କାଠ ଗୁଡିକ କଟା ଯାଇଥିବା ଦେଖରବାକୁ ମିଲୁଛି । ଏମିତି କି ଖୋଦ ବନବିଭାଗ କାର୍ଯ୍ୟାଳୟରୁ ମୂଲ୍ୟବାନ ଚନ୍ଦନ ଗଛ ଚୋରି ହୋଇଥିବା ଖବର ସାମନାକୁ ଆସିଥିଲା ।

ତେବେ ଏହି ଦୁଇ ରେଂଜର କର୍ମଚାରୀ ମାନେ ଏଭଲି ଖାମଖିଆଲି ମନୋଭାବ ନେଇ କାମ କରିବାର କାରଣ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ଏହି ଦୁଇ ରେଂଜ ନୃସିଂହନାଥ ଓ ପାଇକମାଲର କର୍ମଚାରୀ ମାନେ ଜଣି ଶୁଣି ଚୁପ ରହୁଛନ୍ତି ନା କାହା ଚାପରେ ଚୁପ ରହୁଛନ୍ତି ନା ଆଉ କଣ ରହସ୍ୟ ରହିଛି ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ହୋଇ ପଡିଛି । ଏଣୁ ବିଭାଗୀୟ ଉପରିସ୍ଥ ଅଧିକାରୀ ଏ ବିଷୟରେ ଗୁରୁତ୍ୱାରୋପ ଦେବା ପାଇଁ ଜନସାଧାରଣରେ ଦାବୀ ହେଉଛି ।

error: Content is protected !!