ବୌଦ୍ଧ-ବୌଦ୍ଧ ବ୍ଲକ ଅନ୍ତର୍ଗତ ଉପାନ୍ତ ଅଂଚଳ ତଥା କହିବାକୁ ଗଲେ ବାହ୍ୟ ଜଗତରୁ ବିଛୀର୍ଣ୍ଣାଚଳ ଗ୍ରାମ ଗୁଡ଼ିକରୁ ଆସୁଥିବା ହିତାଧିକାରୀ ମାନଙ୍କ ସରକାରୀ କାମ ନ ହେଲେ ତାଙ୍କ ମନ ର ଦୁଃଖ କହିଲେ ନ ସରେ । ବୌଦ୍ଧ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଂଚାୟତ ରୁ ଆଜି ଶ୍ରମ କାର୍ଡ ପାଇବା ପାଇଁ ବହୁତ ଦୂର ଦୁରାନ୍ତରୁ ପାଖା ପାଖି ୩୦ ରୁ ୪୦ ଶ୍ରମିକ ଶ୍ରମ କାର୍ଯ୍ୟାଳୟ ବୌଦ୍ଧ ରେ ପହଞ୍ଚିଥିଲେ ।ହେଲେ ଶ୍ରମ କାର୍ଯ୍ୟାଳୟ ର ନିୟମ ଅନୁଯାଇ ଶ୍ରମ କାର୍ଡ ର ଯାଞ୍ଚ ପ୍ରକ୍ରିୟା ସବୁବେଳେ ବିଭିନ୍ନ ପଞ୍ଚାୟତ ରେ କରାଯାଉଛି ବୋଲି ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ଶ୍ରମିକ ମାନଙ୍କୁ ଅବଗତ କରେଇ ଥିଲେ।

ହେଲେ ମଧ୍ୟ ଉପାନ୍ତ ଅଂଚଳରୁ ଆସିଥିବା ଶ୍ରମିକ ମାନଙ୍କୁ ନିରାଶ ନ କରିବା ପାଇଁ ପୂର୍ଵ ରୁ ଅନଲାଇନ ରେ ଆବେଦନ ହୋଇଥିବା ଶ୍ରମ କାଗଜ ପତ୍ର କୁ ଯୋଗ୍ୟ ବିବେଚିତ କୁ ଯାଞ୍ଚ କରି ସଙ୍ଗେ ସଙ୍ଗେ ଆଜି ହିଁ ଅନୁମୋଦନ କରି ସମସ୍ତ ଶ୍ରମିକ ମାନଙ୍କୁ ନିଜେ ଶ୍ରମ ଅଧିକାରୀ ଶ୍ରମିକ କାର୍ଡ ଯୋଗେଇ ଦେଇଥିଲେ।ସମସ୍ତ ଶ୍ରମିକ ଙ୍କୁ କିପରି ଭାବରେ ଶ୍ରମ କାର୍ଡ ଟିକୁ ପ୍ରତିବର୍ଷ ନବୀକରଣ କରିବେ ଓ କିପରି ଭାବରେ ସରକାର ଙ୍କ ର ବିଭିନ୍ନ ସହାୟତା ରାଶି ସିଧା ସଳଖ ପାଇ ପାରିବେ ସେ ବିଷୟରେ ବୁଝା ସୁଝା କରିଥିଲେ ।



