ପାଇକମାଲ ବ୍ଲକର ବିକାଶ ତ ଗତିକୁ ସୁନିଶ୍ଚିତ କରିବା ପାଇଁ ସାଂସଦ ଓ ବିଧାୟିକା ପ୍ରୟାସ କରିବେ – ଉପାଧ୍ୟକ୍ଷ ।
ବରଗଡ – ପାଇକମାଲ ବ୍ଲକ ସଭାଗୃହ ରେ ପାଇକମାଲ ପଂଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସାଧାରଣ ନିର୍ବାଚନ ପରେ ଆୟୋଜିତ ହିଇଥିବା ଏହି ବୈଠକରେ ବରଗଡ଼ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଓ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବାରିହା ଯୋଗ ଦେଇଥିଲେ । ଏହି ବୈଠକରେ ପାଇକମାଲ ବ୍ଲକ ବିଭିନ୍ନ ସମସ୍ୟା ଓ ଉନ୍ନୟନ ମୂଲାକ କାର୍ଯ୍ଯ ଉପରେ ବିସ୍ତୃତ ଅଲୋଚନା ହେବା ସହିତ ପୂର୍ବ ବୈଠକ ରେ ହୋଇଥିବା ନିର୍ଣ୍ଣୟ ଉପରେ ଆଲୋଚନା କରାଯାଇଥିଲା । ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କ ଦ୍ୱାରା ସରକାରୀ ଅଧିକାରୀ ମାନଙ୍କ ଅନେକ ପ୍ରଶ୍ନ କରାଯାଇଥିବା ବେଳେ ଅଧିକାରୀ ମାନେ ଉତ୍ତର ରଖିଥିଲେ ।
ଅନେକ ଅଧିକାରୀ ମାନଙ୍କ ଉତ୍ତର ରେ ଅନେକ ସରପଞ୍ଚ ଓ ସମିତି ସଭ୍ୟ ସନ୍ତୁଷ୍ଟ ଥିବା ବେଳେ ଅନେକ ଖୋଲାଖୋଲି ଭାବରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ବୈଠକରେ ଉପସ୍ଥିତ ସମସ୍ତ ଲୋକ ପ୍ରତିନିଧି ମାନଙ୍କ ପ୍ରଥନ ଦାଇତ୍ୱ ଓ କର୍ତବ୍ୟ ହେଲା ଲୋକ ଙ୍କ ଓ ଅଂଚଳର ବିକାଶ କୁ ସୁନିଶ୍ଚିତ କରିବା । ତେଣୁ ଏହି ବୈଠକ ରେ ସମସ୍ତ ୨୨ ଗୋଟି ପଞ୍ଚାୟତର ପ୍ରତିନିଧି ମାନଙ୍କୁ କହିବା ପାଇଁ ଯଥେଷ୍ଟ ସମୟ ଓ ସୁଯୋଗ ପ୍ରଦାନ କରାଯିବା ଉଚିତ ବୋଲି ବିଧାୟିକା କହିଥିଲେ । ଏହା ସହିତ , ବର୍ତ୍ତମାନ ପାଇକମାଲ ବ୍ଲକ ପାଇଁ ଗୌରବ ଓ ଗର୍ବର ବିଷୟଯେ ପ୍ରଥମ ଥର ପାଇଁ ପାଇକମାଲ ବ୍ଲକରୁ ଉଭୟ ସାଂସଦ ଓ ବିଧାୟିକା ପ୍ରତିନିଧିତ୍ଵ କରୁଛନ୍ତି ତେଣୁ ଉଭୟ ପାଇକମାଲର ବିକାଶ ସ୍ୱତନ୍ତ୍ର ଭାବରେ କ୍ଷିପ୍ର ଗତି ପ୍ରଦାନ କରିବା ପାଇଁ ପ୍ରୟାସ କରିବେ ବୋଲି ପଞ୍ଚାୟତ ଉପଧ୍ୟକ୍ଷ ସାଂସଦ ଓ ବିଧାୟିକାଙ୍କୁ ଅନୁରୋଧ କରିଥିଲେ ।
ବୈଠକରେ ଅନେକ ସମସ୍ୟା କୁ ନେଇ ମଝି ମଝିରେ ଉତ୍ତେଜନା ଦେଖିବାକୁ ମିଳିଥିଲା , ତେବେ ମୁଖ୍ୟତଃ ସ୍ୱାମୀ ସେବା ଉପରେ କାହାରି ବିଶେଷ ଧ୍ୟାନ ନଥିବା ଭଳି ଲାଗିଲା । ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ଜୁ ପାଇକମାଲ ବିଡ଼ିଓ ଶ୍ରୀ ପ୍ରଫୁଲ କୁମାର ଅଦୁ ପରିଚାଳନା କରିଥିବା ବବଳେ ବ୍ଲକର ସମସ୍ତ ସରପଞ୍ଚ , ସମିତି ସଭ୍ୟ , ଜିଲ୍ଲା ପରିଷଦ ସଭ୍ୟଗଣ , , ଅବଜାରୀ ଓ ରାଜସ୍ୱ ବିଭାଗ ବ୍ୟତୀତ ସମସ୍ତ ବିଭାଗ ର ଅଧିକାରୀ ଉପସ୍ଥିତ ରହି ଲୋକ ପ୍ରତିନିଧି ମାନଙ୍କର ପ୍ରଶ୍ନର ଉତ୍ତର ରଖିଥିଲେ ।