ପଦ୍ମପୁର – ଗୁରୁକୁଲ ନବପ୍ରଭାତର ୨୪ ତମ ବାର୍ଷିକୋତ୍ସବ ସମାରୋହ ଓ ରାଷ୍ଟ୍ରିୟ ବୈଦିକ ଶୋଧ ସଂଗୋଷ୍ଠୀ ସହ ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟର ସୃଜନ ପରମ ପୂଜ୍ୟ ଶ୍ରୋତ୍ରିୟ ବ୍ରହ୍ମନିଷ୍ଠ ସ୍ୱାମୀ ବିବେକାନନ୍ଦ ସରସ୍ୱତୀଙ୍କ ବ୍ରହ୍ମତ୍ୱରେ ଆୟୋଜିତ ହୋଇଯାଇଛି l ୧୦୧ କୁଣ୍ଡୀୟ ସାମବେଦ ପାରାୟଣ ମହାଯଜ୍ଞ ଏହି ଆୟୋଜନର ମୁଖ୍ୟ ଆକର୍ଷଣ ଥିଲା। ମୁଖ୍ୟ ଯଜମାନ ଶ୍ରୀମାନ ଦୟାନନ୍ଦ ଶର୍ମା (ଦକ୍ଷିଣ ଆଫ୍ରିକା) ସହ ଅନେକ ପରିବାର ଏହି ଦିବ୍ୟ ଆୟୋଜନରେ ଅଂଶଗ୍ରହଣ କରିଥିଲେ।
![](https://jagrataprahari.com/wp-content/uploads/2025/02/rising-star-6x3-1-pc-1024x512.jpg)
ପ୍ରଧାନ କାର୍ଯ୍ୟକ୍ରମ:ଉପନୟନ ଓ ବେଦ ଆରମ୍ଭ ସଂସ୍କାର ନବପ୍ରବିଷ୍ଠ ବ୍ରହ୍ମଚାରିଣୀ ଓ ବ୍ରହ୍ମଚାରୀମାନଙ୍କର ଉପନୟନ ସଂସ୍କାର ଆଚାର୍ଯ୍ୟ ବୃହସ୍ପତି, ଆଚାର୍ଯ୍ୟା ଅହଲ୍ୟା ଜୀ ଓ ଆଚାର୍ଯ୍ୟ ଶିବଶଙ୍କର ଜୀଙ୍କ ନେତୃତ୍ୱରେ ବିଶିଷ୍ଟ କ୍ରୀଡ଼ାବିଦ ଏବଂ ଏସିୟନ ଓଲିମ୍ପିକ ଯାଭେଲିନ ଥ୍ରୋ ଚ୍ୟାମ୍ପିଅନ ସୁଶ୍ରୀ ଅନ୍ନୁ ରାନୀ ଦ୍ୱାରା କନ୍ୟା ଗୁରୁକୁଲର ଛାତ୍ରାମାନଙ୍କ ପାଇଁ ଏକ ବିଶାଳ ଭବନର ଶିଳାନ୍ୟାସ ସମ୍ପନ୍ନ ଯାଇଛି।
![](https://jagrataprahari.com/wp-content/uploads/2025/01/IMG-20250129-WA0015-1024x586.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)