Saturday, March 7, 2026
Homeରାଜ୍ୟଗୁଦେରପାଲିରେ କମ୍ପୁଟର ଶିକ୍ଷାକେନ୍ଦ୍ର ଉଦଘାଟିତ ।

ଗୁଦେରପାଲିରେ କମ୍ପୁଟର ଶିକ୍ଷାକେନ୍ଦ୍ର ଉଦଘାଟିତ ।

ଗ୍ରାମାଞ୍ଚଲରେ ବିକାଶର ଆଉଗୋଟିଏ ଫର୍ଦ୍ଦ ।

ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ।

ଗାଇସିଲେଟ – ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ବସଷ୍ଟାଣ୍ଡରେ ଓଡିଶା ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ଯା ବିଭାଗ ତରଫରୁ ଆଇଡିଇଏଲ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଚାଷୀନେତା କିଶୋର ଚନ୍ଦ୍ର ଦେବତା ଏବଂ ତାଙ୍କ ପତ୍ନୀ ଗୀତାଞ୍ଜଳୀ ଦେବତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।

ଏ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ବିକାଶର ଆଉ ଗୋଟିଏ ଫର୍ଦ୍ଦ ଯୋଡିହେଲା ବୋଲି ମୁଖ୍ଯ ଅତିଥି ଶ୍ରୀଦେବତା ମତବ୍ୟକ୍ତ କରିଛନ୍ତି। ଏ ଅଞ୍ଚଳର ଛାତ୍ରଛାତ୍ରୀ ମାନେ କମ୍ପୁଟର ଶିକ୍ଷା ଲାଭ କରିବା ପାଇଁ ଗାଁ ଠାରୁ ୩୦ କିଲୋମିଟର ପଦ୍ମପୁର କିମ୍ବା ୫୦ କିଲୋମିଟର ଦୂର ବରଗଡ ସହରକୁ ଯାଇ ହଷ୍ଟେଲରେ ରହି ଅଧିକ ଖର୍ଚ୍ଚାନ୍ତ ହେଉଥିଲେ।

ଏବେ ନିଜ ଗାଁରେ କମ୍ପୁଟର ଶିକ୍ଷାକେନ୍ଦ୍ର ହେବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ଉଦଘାଟନୀ ସମାରୋହରେ ଭୀଷ୍ମଦେବ ପଣ୍ଡା,ଶିବ ପଧାନ, ଯୁବନେତା ମୁକେଶ ମୁରାରୀ କେଡିଆ,ସମ୍ବାଦିକ ରିଙ୍କୁ ଦେବତା,ଅଦିତ୍ଯ ପ୍ରଧାନ,ମଧୁ ଷଡ଼ଙ୍ଗୀ,ଅନୁଷ୍ଠାନର ମୁଖ୍ୟ ତଥା ବ୍ଳକ ଆବାହକ ଇ.ସଞ୍ଜିବ କୁମାର ସାହୁଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ଯକ୍ତି ଉପସ୍ଥିତ ଥିଲେ।

error: Content is protected !!