Monday, January 27, 2025
spot_imgspot_imgspot_img
Homeରାଜ୍ୟଗାୟତ୍ରୀ ଉଚ୍ଚ ବିଦ୍ୟାଳୟ ସାପଲହର ଠାରେ "ଗୁରୁ ପୂଜନ"କାର୍ଯ୍ୟକ୍ରମ ।

ଗାୟତ୍ରୀ ଉଚ୍ଚ ବିଦ୍ୟାଳୟ ସାପଲହର ଠାରେ “ଗୁରୁ ପୂଜନ”କାର୍ଯ୍ୟକ୍ରମ ।

ପଦ୍ମପୁର-ଗାୟତ୍ରୀ ଉଚ୍ଚ ବିଦ୍ୟାଳୟ ସାପଲହର ଠାରେ “ଗୁରୁ ପୂଜନ”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୂଖ୍ୟ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଯୁକ୍ତ ସରୋଜ ସାହୁ, ସମ୍ମାନିତ ଅତିଥି ଶ୍ରୀ ଯୁକ୍ତ ପ୍ରେମାନନ୍ଦ ବାରିକ ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ନିରୋଜ କୁମାର ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ସାପଲହର , ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଶୋଭା ସାଗର ମେହେର ଗାନ୍ଧୀ ସ୍ମାରକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାପଲହର ଯୋଗଦେଇଥିବା ବେଳେ ,

ଜଗଦଲପୁର ଚନ୍ଦ୍ର ଶେଖର ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକଗଣ ଶ୍ରୀଯୁକ୍ତ ପ୍ରିତିରଞ୍ଜନ ପ୍ରଧାନ ( ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ)ରାଜକିଶୋର ପଟେଲ ଇଂରାଜୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ପଟେଲ ବିଜ୍ଞାନ ଶିକ୍ଷକ ଶୌକିଲାଲ ମେହେର ଗଣିତ ଶିକ୍ଷକ ପୂର୍ଣାନନ୍ଦ ଭୋଇ ସଂସ୍କୃତ ଶିକ୍ଷକଉପେନ୍ଦ୍ର ପଟେଲ କ୍ରୀଡା ଶିକ୍ଷକହରିଶ୍ଚନ୍ଦ୍ର ପଟେଲ ହିନ୍ଦୀ ଶିକ୍ଷକପୂର୍ଣ୍ଣ ନେଗୀ ପ୍ରାଥମିକ ଶିକ୍ଷକ ତଥା ଵାଦୀକଟା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଯୁକ୍ତ ରୁଷଭ ସାହୁ ସମେତ ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ ।

ମଞ୍ଚ ପରିଚାଳନା ଶ୍ରୀଯୁକ୍ତ ନିରାକାର ପ୍ରଧାନ କରିଥିବା ବେଳେ ଶ୍ରୀ ଯୁକ୍ତ ପୁରୁଷୋତ୍ତମ ରାଉତ ସହଯୋଗ କରିଥିଲେ । ଗାନ୍ଧୀ ସ୍ମାରକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଯୁକ୍ତ ଜିତେନ୍ଦ୍ର ସାହୁ ଙ୍କ ଦ୍ଵାରା ସମସ୍ତ ଗୁରୁକୂଳ ଙ୍କୁ ଭଗବତ୍ ଗୀତା ଓ ଉପଢ଼ୌକନ ଦେଇ ,ପଦଧୈ।ତ କରାଯାଇ ଗୁରୁ ପୂଜନ କରାଯାଇଥିଲା । ଏଥିରେ ଶ୍ରୀ ଯୁକ୍ତ ଜିତେନ୍ଦ୍ର ସାହୁ ଙ୍କୁ ଶିକ୍ଷା ଦାନ ଦେଇଥିବା ସମସ୍ତ ଗୁରୁକୂଳ ,ତାଙ୍କର ପଦଚାରଣ କରି ଆଶିର୍ବାଦ ପ୍ରଦାନ କରିଥିଲେ ଓ ପରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା । ସମସ୍ତେ ଏପରି ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରୁଥିଲେ ।

error: Content is protected !!