Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗାୟତ୍ରୀ ଉଚ୍ଚବିଦ୍ୟାଳୟ ସାପଲହରର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଗାୟତ୍ରୀ ଉଚ୍ଚବିଦ୍ୟାଳୟ ସାପଲହରର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଗାୟତ୍ରୀ ଉଚ୍ଚବିଦ୍ୟାଳୟ ସାପଲହରର ୩୪ ତମ ବାର୍ଷିକ ଉତ୍ସବ ଏକ ଉଲ୍ଲାସପୂର୍ଣ୍ଣ ମାନ୍ୟତାର ସହିତ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରୋଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ସମାରୋହରେ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଅଦନ ସୁନା ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରୀତିରଞ୍ଜନ ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଅନ୍ୟାନ୍ୟ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ବିନନ୍ଦ ସାହୁ, ବାଦିକଟା କ୍ଲଷ୍ଟରର ସି.ଆର.ସି. ଋଷଭ ସାହୁ ଏବଂ ମୋ ସ୍କୁଲ ଅଭିଯାନର ଚେୟାରମ୍ୟାନ ଦୀପକ ପ୍ରଧାନ ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ବିଦ୍ୟାଳୟର ଆରାଧ୍ୟ ଦେବୀ ମା ସିଦ୍ଧିଦାତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପପ୍ରଜ୍ଜ୍ୱଳନ ସହିତ । ଏହାପରେ ବିଦ୍ୟାଳୟର ଛାତ୍ରୀ ମାନେ ଏକ ସୁନ୍ଦର ସ୍ୱାଗତ ସଂଗୀତ ପରିବେଷଣ କରି ସମସ୍ତଙ୍କୁ ମୋହିତ କରିଥିଲେ ।

ପ୍ରଧାନ ଶିକ୍ଷକ ନିରୋଜ ପଟ୍ଟନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ପ୍ରଦାନ କରି ଗତ ବର୍ଷର କାର୍ଯ୍ୟସୂଚୀ ଓ ଅଭିବୃଦ୍ଧି ସମ୍ବନ୍ଧରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି, ମୁଖ୍ୟବକ୍ତା ଏବଂ ଅନ୍ୟ ସମ୍ମାନୀତ ଅତିଥିମାନେ ନିଜ ନିଜ ଭାଷଣରେ ଛାତ୍ରଛାତ୍ରୀଙ୍କ ମନୋବଳ ଉନ୍ନୟନ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଏବଂ ଶିକ୍ଷା ଓ ଅନୁଶାସନ ପ୍ରତି ଆଗ୍ରହୀ ହେବାପାଇଁ ଉତ୍ସାହିତ କରିଥିଲେ । ଦୁଇ ଦିନ ଧରି ଆୟୋଜିତ ବାର୍ଷିକ କ୍ରୀଡ଼ା ଉତ୍ସବକୁ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନାର ଖେଳଶିକ୍ଷକ ବୁଲୁ ମଲ୍ଲିକ ପରିଚାଳନା କରିଥିବା ବେଳୋ ଶୁକଦେବ ପ୍ରଧାନ, ମନୋହର ସାହୁ ଓ ମହାଦେବ ମରହୀ ସହଯୋଗ କରିଥିଲେ । ଶେଷରେ କ୍ରୀଡ଼ା ଓ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷକ ମୋରାରଜୀ ପଧାନ ଧନ୍ୟବାଦ ଜଣାଇବା ସହିତ ବିଦ୍ୟାଳୟର ବିଭିନ୍ନ କମିଟି ଓ ସମସ୍ତ ଶିକ୍ଷାକର୍ମଚାରୀଙ୍କ ସହଯୋଗ ଓ କଠିନ ପରିଶ୍ରମକୁ ଏହି କାର୍ଯ୍ୟକ୍ରମର ସଫଳତାର ମୁଖ୍ୟ କାରଣ ବୋଲି ଉଲ୍ଲେଖ କରିଥିଲେ । ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହଯୋଗରେ ଏହି ବାର୍ଷିକ ଉତ୍ସବ ସଫଳତାର ସହିତ ସମାପ୍ତ ହୋଇଥିଲା ।

error: Content is protected !!