Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମାଟି ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମାଟି ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଗାଇସିଲଟ-ଗାଇସିଲଟ ବ୍ଲକ କନ୍ଦାଗାଡ଼ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ଭୋଇ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଦେଶପ୍ରତି ସମର୍ପିତ ଓ ମହାନତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ ।

ଏହି ଅବସରରେ ମହାନ ବ୍ୟକ୍ତିଙ୍କ ସ୍ମୃତି ଉଦେଶ୍ୟରେ ମାଟି ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗାଁ ଲୋକଙ୍କୁ ଚାରା ବଣ୍ଟନ କରି ପରିବେଶ ସଚେତନତା ଉପରେ ବୁଝାଇଥିଲେ ।

ସୌଦାକାର ବାରିକ, ପ୍ରଦୀପ ଗଡତିଆ, ସଂଗ୍ରାମ କେଶରୀ ଗଡତିଆ,ଈଶ୍ୱର ଚନ୍ଦ୍ର ନାଏକ, ଅଶେଷ କୁମାର ଦାଶ, ସରୋଜ କୁମାର ତ୍ରିବେଦୀ, ବାବୁଲାଲ ପଧାନ, ବିରେନ୍ଦ୍ର କୁମାର ବରିହା, ଶ୍ୟାମ ସୁନ୍ଦର ବେହେରା ସାହାଯ୍ୟ କରିଥିଲେ । ସଂକୃତ ଶିକ୍ଷକ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!