Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗାଇସିଲେଟ ଲକ୍ଷେଘର ସମାଜ ତରଫରୁ ସମ୍ବିଧାନ ଦିବସ ପାଳିତ ।

ଗାଇସିଲେଟ ଲକ୍ଷେଘର ସମାଜ ତରଫରୁ ସମ୍ବିଧାନ ଦିବସ ପାଳିତ ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଆମ୍ବେଦକର ଛକ ଠାରେ ଆଜି ଲକ୍ଷେଘର ସମାଜ ବ୍ଲକ ସଭାଗାଇସିଲେଟପତି ଶ୍ରୀଯୁକ୍ତ ଗୋଲାପ ପାଇକ ଙ୍କ ନେତୃତ୍ୱରେ ୭୬ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝୀ ଯୋଗ ଦେଇ ଆମ୍ବେଦକର ଛକ ଠାରେ ଥିବା ଭାରତ ରତ୍ନ ଡଃ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଆଦିବାସୀ ସଂଘର ଶଶି ଭୂଷଣ ବରିହା,ସଞ୍ଜୟ ଜରଜରିଆ, ଲକ୍ଷେଘର ସମାଜ ବ୍ଲକ କାର୍ଯ୍ୟକାରିଣୀ ସଦସ୍ୟ ଆରୁଣି ମହାନନ୍ଦ,କଳ୍ପତରୁ କର୍ଣାଲ,ପ୍ରସନ୍ନ କୁମ୍ଭାର,ପୂର୍ବତନ ସଭାପତି ଛବିଲାଲ ଦୀପ,ସଞ୍ଜୟ କୁମାର ଦୀପ କାର୍ଯ୍ୟକାରୀ ସମ୍ପାଦକ, ପ୍ରଶାନ୍ତ କୁମାର ଦୀପ କୋଷାଧ୍ୟକ୍ଷ ଏବଂ ସମସ୍ତ ପଞ୍ଚାୟତ ସଭାପତି,ମହିଳା ସଦସ୍ୟା ସାବିତ୍ରୀ ନାଗ,ମିନତି ରାଜହଂସ ପ୍ରମୁଖ ଯୋଗଦେଇ ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ରକୁ ମଜବୁତ କରିବା ସହ ଏକତା ଓ ଅଖଣ୍ଡତାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁଁ ସମସ୍ତେ ସମ୍ବିଧାନର ନୀତି ଓ ଆଦର୍ଶର ଅନୁପାଳନ କରିବାପାଇଁ ଶପଥ ପାଠ କରିଥିବା ବେଳେ ପରିଶେଷରେ କଳ୍ପତରୁ କର୍ଣାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!