ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ତରୀୟ ‘ସୁଶାସନ ସପ୍ତାହ ପ୍ରଶାସନ ଗାଁ କି ଓର’ କାର୍ଯ୍ୟକ୍ରମ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଳକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ,ତହସିଲଦାର ଟିଟସ ମହାନନ୍ଦିଆ,ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ,ଜିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ,ପ୍ରବୀଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ।
ଏଥିରେ ଡ. ଅମିତ କୁମାର ଦାଶ, ଡ. ସୁମିତ ମିଶ୍ର, ଡ.ବଳରାମ ବେହେରା ଓ ଡ.ସତିଶ ଯୋଷୀ ଏବଂ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ୧୨୯ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ନମୁନା ପରୀକ୍ଷା କରି ମେଡିସିନ ବଣ୍ଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ଭିନ୍ନକ୍ଷମ ମାନଙ୍କୁ ମାଗଣାରେ ଟ୍ରାଇ ସାଇକଲ ଦିଆଯାଇଥିବା ବେଳେ ପ୍ରାୟ ୩୬ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୨ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ।
ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ତାର ସମାଧାନ କରିବା ପାଇଁ ଆଲୋଚନା ହୋଇଥିବା ବେଳେ ଜନ ସେବା ପ୍ରଦାନ କରିବା,ବିଚାରଧୀନ ଜନ ସାଧାରଣଙ୍କ ଅଭିଯୋଗ ସମାଧାନ, ଅନଲାଇନ ସେବା ପ୍ରଦାନ କରିବା ସୁଶାସନ ସପ୍ତାହ ର ମୂଳ ଉଦ୍ଦେଶ୍ୟ ଅଟେ ବୋଲି ବିଡିଓ ଶ୍ରୀଯୁକ୍ତ ମାଝି ପ୍ରକାଶ କରିଥିଲେ । ସେକ୍ସନ ଅଫିସର ଅଭିମନ୍ୟୁ ମିଶ୍ର, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପାଣ୍ଡବ ନନ୍ଦ,କମ୍ପ୍ୟୁଟର ପ୍ରୋଗ୍ରାମର ବିକାଶ ରଞ୍ଜନ ପଣ୍ଡା ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।