Wednesday, January 29, 2025
spot_imgspot_imgspot_img
Homeରାଜ୍ୟଗାଇସିଲେଟ ବ୍ଳକରେ ନିମ୍ନମାନର କ୍ରୀଡା ସାମଗ୍ରୀ ବଣ୍ଟନ ଅଭିଯୋଗ।

ଗାଇସିଲେଟ ବ୍ଳକରେ ନିମ୍ନମାନର କ୍ରୀଡା ସାମଗ୍ରୀ ବଣ୍ଟନ ଅଭିଯୋଗ।

ଗାଇସିଲେଟ-ବିଗତ ନବୀନ ପଟ୍ଟନାୟକ ସରକାରଙ୍କର ଆମ ଓଡିଶା ନବୀନ ଓଡିଶା ଯୋଜନା ଏହା ଏକ ଯୁଗାନ୍ତକାରୀ ଯୋଜନା। ଏହି ଯୋଜନାରେ ଯୁବକ ଯୁବତୀ ମାନଙ୍କର କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରତି ପଞ୍ଚାୟତକୁ ଦୁଇଲକ୍ଷ ପଚାଶ ହଜାର ଟଙ୍କାର କ୍ରୀଡା ସାମଗ୍ରୀ ମଞ୍ଜୁର ହୋଇଥିଲା। ଏହି ଯୋଜନାରେ ଗାଇସିଲେଟ ବ୍ଲକର ପ୍ରତ୍ଯେକ ଗ୍ରାମ ପଞ୍ଚାୟତକୁ ମଧ୍ୟ କ୍ରୀଡା ସାମଗ୍ରୀ ଆସିଛି କିନ୍ତୁ ତାହା ନିମ୍ନ ମାନର ବୋଲି ଅଭିଯୋଗ ହେଉଛି।

ଏହିପରି ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତକୁ ମଧ୍ୟ ଗାଇସିଲେଟ ବ୍ଳକରୁ କ୍ରୀଡା ସାମଗ୍ରୀ ଆସିଛି, ଯାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ। କ୍ରିକେଟ୍ ସାମଗ୍ରୀ ୯ ଗୋଟି ସେଟ୍ ଆସିଥିବା ବେଳ,କେବଲ କେରମ୍ ବୋର୍ଡ ୬ ଗୋଟି ଆସିଛି ତାର ଡଟ୍ ଆସି ନାହିଁ। ସେହିପରି ୧୧ଗୋଟି ଭଲିବଲ୍ କୁ ମାତ୍ର ୨ଟି ନେଟ୍ ଆସିଛି। ବେନମିନଟନ ୩ ସେଟ,ଚେସ୍ ୬ ଗୋଟି,ଗୋଡବଲ ୯ ଗୋଟି,ଯୋତା ୩୦ ସେଟ ଏବଂ ଜାର୍ସି ୩୦ ସେଟ ଆସିଛି।

ଏହି ପରି ପ୍ରତ୍ଯେକ ଗ୍ରାମ ପଞ୍ଚାୟତକୁ ନିମ୍ନମାନର କ୍ରୀଡା ସାମଗ୍ରୀ ଆସିଛି ଏହାର ଉପଯୁକ୍ତ ତଦନ୍ତ ଆବଶ୍ୟକତା ଅଛି ବୋଲି ବୁଦ୍ଧି ଜୀବନୀ ମହିଳରେ ଦାବି ହେଉଛି। ବରଗଡ଼ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୁଷ୍ଟିଗୋଚର କରନ୍ତୁ।

error: Content is protected !!